ନୂଆଦିଲ୍ଲୀ: ବୁର୍ଜ ଖଲିଫା। ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିଦିନ ଲକ୍ଷାଧିକ ଲୋକ ଏହି ଟାୱାରକୁ ବୁଲିବାକୁ ଆସନ୍ତି । କାରଣ ଏହାର ଉଚ୍ଚତା ଏତେ ଅଧିକ ଯେ ବିଶ୍ବର କୌଣସି ଦେଶରେ ତାହାଠୁ ଅଧିକ ଉଚ୍ଚତାର ଘର ନାହିଁ । ସେଇଥି ଲାଗି ତ ଏହାକୁ ନେଇ ଚର୍ଚ୍ଚା ଜୋର । ତେବେ ସେଠାରେ ଗୋଟିଏ ଗୋଟିଏ ଫ୍ଲାଟ୍ରେ ରହିବାକୁ ହେଲେ କେତେ ଟଙ୍କା ଦେବାକୁ ପଡ଼େ ତାହା ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏବେ ହିଁ ଜାଣନ୍ତୁ ।
ଦୁବାଇକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହେ । କାରଣ ସେଠାରେ ସୁନା ଖଣି ଥିବାରୁ ସେଠାରେ ଅନ୍ୟ ଦେଶ ତୁଳନାରେ ସୁନାର ଦାମ କମ । ଖାଲି କମ୍ କାହିଁକି ବରଂ ସେଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଭରି ଭରି ସୁନାରେ ନିଜକୁ ସଜେଇ ରଖନ୍ତି । ଏବେ କିନ୍ତୁ ସୁନା ଅପେକ୍ଷା ବୁର୍ଜ ଖଲିଫାକୁ ନେଇ ଭାରି ଚର୍ଚ୍ଚା ଲାଗିଛି । ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ କି, ସେଠାରେ ଥିବା ଗୋଟିଏ ଗୋଟିଏ ରୁମ୍ରେ ରହିବାକୁ ହେଲେ କେତେ ଟଙ୍କା ଦେବାକୁ ପଡ଼େ ? ବୁର୍ଜ ଖଲିଫାରେ ମୋଟ୍ ୧୬୩ଟି ମହଲା ରହିଥିବା ବେଳେ ୫୮ ଲିଫ୍ଟ, ୨୯୫୭ଟି ପାର୍କିଂ ସ୍ଥାନ, ୩୦୪ ହୋଟେଲ ରୁମ୍, ୩୭ଟି ଅଫିସ୍ ଓ ୯୦୦ରୁ ଉର୍ଦ୍ଧ୍ବ ବିଳାସପୂର୍ଣ୍ଣ ଫ୍ଲାଟ୍ ରହିଛି । ଏହି ଟାୱାରର ୮, ୩୮ ଓ ୩୯ ମହଲାରେ ଦୁବାଇର ପ୍ରସିଦ୍ଧ ଅରମାନୀ ହୋଟେଲ ରହିଛି । ଖାଲି ଏତିକି ନୁହେଁ ବରଂ ଟାୱାରର ୯ରୁ ୧୬ ମହଲାରେ ଅରମାନି ରେସିଡେନ୍ସର ବିଳାସପୂର୍ଣ୍ଣ ଆପର୍ଟମେଣ୍ଟ ରହିଛି । ଠିକ୍ ସେହିପରି ୪୫ରୁ ୧୦୮ ମହଲାରେ ୪ ବିଏଚ୍କେ ରୁମ୍ ଥିବା ଜଣାପଡ଼ିଛି ।
ଦୁବାଇର ଏକ ହାଉସିଂ ୱେବସାଇଟ୍ର ରିପୋର୍ଟ ଅନୁସାରେ, ଟାୱାରରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଯେଉଁଠାରେ ୧ ବିଏଚ୍କେ ରୁମକୁ ଭାରତୀୟ ମୁଦ୍ରାରେ ୩ କୋଟି ୭୩ ଲକ୍ଷ ରଖାଯାଇଥିବା ବେଳେ ୨ ବିଏଚ୍କେ ରୁମକୁ ୫ କୋଟି ୮୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଠିକ୍ ସେମିତି, ୩ ବିଏଚ୍କେ ରୁମର ଦାମ୍ ୧୪ କୋଟି ଟଙ୍କା ରଖାଯାଇଛି ।
ବୁର୍ଜ ଖଲିଫାରେ ଥିବା ସବୁଠୁ ବଡ଼ ପେଣ୍ଟହାଉସ୍ର ଦାମ୍ ଶୁଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ । କାରଣ ପେଣ୍ଟ ହାଉସ୍ର ଦାମ ୨୪୦ କୋଟି ଟଙ୍କା ରଖାଯାଇଛି । କୁହାଯାଉଛି ଏହି ହାଉସ୍ରେ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି । କାରଣ ବିଶ୍ବର ପ୍ରତିଟି ଧନୀ ବ୍ୟକ୍ତି ଏହି ଘରେ ରହିବାକୁ କୁଆଡ଼େ ସ୍ବପ୍ନ ଦେଖନ୍ତି ।