ସରକାରଙ୍କୁ ନିଜ ସମ୍ପତ୍ତି ଦାନ ସୂତ୍ରରେ ଦେଇଦେଲେ ନିଃସନ୍ତାନ ଦମ୍ପତି

ହମିରପୁର: ପତ୍ନୀଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କଲେ ସ୍ୱାମୀ | ସରକାରଙ୍କ ନାମରେ ନିଜର ସମସ୍ତ ସମ୍ପତ୍ତି କରିଦେଲେ ଜଣେ ଅବସରପ୍ରାପ୍ତ ଡାକ୍ତର | ହିମାଚଳପ୍ରଦେଶ ହମିରପୁର ଜିଲ୍ଲାର ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରି କୋଟି କୋଟି ଟଙ୍କା ମୂଲ୍ୟର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କୁ ଦାନ କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କାନୱାର ସ୍ୱାସ୍ଥ୍ୟ ବିଭାଗରୁ ଏବଂ ତାଙ୍କ ପତ୍ନୀ କୃଷ୍ନା କାନୱାର ଶିକ୍ଷା ବିଭାଗରୁ ଦୁଇ ବର୍ଷ ତଳେ ଅବସର ନେଇଥିଲେ। ଏକ ବର୍ଷ ପୂର୍ବେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା | ଉଭୟଙ୍କର ଇଚ୍ଛା ଥିଲା ଯେ ସେମାନଙ୍କର କୌଣସି ସନ୍ତାନ ନ ଥିବାରୁ ସେମାନେ ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ଦାନ କରିବେ |

କାରଣ ସେମାନେ ସରକାରୀ ଚାକିରି ସମୟରେ ସବୁକିଛି ଅର୍ଜନ କରିଥିଲେ। ଯେହେତୁ ସରକାରୀ ଚାକିରି ସମୟରେ ମିଳିଥିବା ଦରମାରୁ ସେମାନେ ଏହି ସମ୍ପତ୍ତି ଅର୍ଜନ କରିପାରିଥିଲେ, ତେଣୁ ତାଙ୍କ ପରେ ସମସ୍ତ ସମ୍ପତ୍ତି ସରକାରଙ୍କୁ ପୁଣି ଫେରାଇଦେବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ |

ଡାକ୍ତର ରାଜେନ୍ଦ୍ର କାନୱାର ୧୯୭୪ରେ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭୋରଞ୍ଜରେ ଡାକ୍ତର ଭାବରେ ଯୋଗ ଦେଇଥିଲେ। ଚାକିରି ସମୟରେ, ସେବା ଭାବନା ଯୋଗୁଁ ସେ ପଦୋନ୍ନତି ନେବାକୁ କରିଥିଲେ | ଡାକ୍ତର କାନୱାର ପ୍ରତିଦିନ ଶହ ଶହ ରୋଗୀଙ୍କୁ ମାଗଣାରେ ଦେଖୁଥିବାବେଳେ ସେ ଜଣେ ସାମାଜିକ କର୍ମୀ ଭାବରେ ବେଶ ଜଣାଶୁଣା |

ସମ୍ବନ୍ଧିତ ଖବର