ଅଗଷ୍ଟ ୯ରେ ଦାଉଦ ଇବ୍ରାହିମର ସମ୍ପତ୍ତି ହେବ ନିଲାମ

ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଦାଉଦ ଇବ୍ରାହିମର ଅନ୍ୟ ଏକ ସମ୍ପତ୍ତି ନିଲାମ ହେବାକୁ ଯାଉଛି | ସମଗଲିଙ୍ଗ ଏଣ୍ଡ ଫରେନ ଏକ୍ସଚେଂଜ ମେନିପୂଲେଟର୍ସ ଆଇନ ଅନୁଯାୟୀ ମୁମ୍ବାଇର ଭିଣ୍ଡି ବଜାରରେ ଥିବା ଏହି ସମ୍ପତ୍ତିକୁ ନିଲାମ କରାଯିବ | ଅର୍ଥ ମନ୍ତ୍ରାଳୟ, ଏହି ଆଇନ ଅନୁଯାୟୀ ମୁମ୍ବାଇ,ଔରଙ୍ଗବାଦ, ସୁରଟ ଓ ଅହମ୍ମଦାବାଦରେ ଥିବା ୯ଟି ସମ୍ପତ୍ତିର ନିଲାମ କରାଯିବ |

ଏହି ୯ଟି ସମ୍ପତ୍ତି ମଧ୍ୟରୁ ଗୋଟିଏ ସମ୍ପତ୍ତି ଦାଉଦ ଇବ୍ରାହିମର ପରିବାର ନାମରେ ରହିଛି | ଏହି ସମ୍ପତ୍ତିର ମୂଲ୍ୟ ୭୯ ଲକ୍ଷ ୪୩ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି | ତେବେ ଏଥିପାଇଁ ୨୫ ଲକ୍ଷ ଟଙ୍କାର ଜମାନତ ଅର୍ଥ ଦେବାକୁ ପଡିବ | ଏହି ଅର୍ଥ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୬ ନିର୍ଦ୍ଧାରଣ କରାଯାଇଛି | ଏହା ପରେ ୯ ଅଗଷ୍ଟରେ ଏହାର ନିଲାମ ଡକାଯିବ| ସାର୍ବଜନିକ ନିଲାମ ପ୍ରକ୍ରିୟାରେ ଏହି ନିଲାମ କରାଯିବ | ଏହି ସମ୍ପତ୍ତିକୁ ନିରୀକ୍ଷଣ କରିବାକୁ ଇଛୁକ ବ୍ୟକ୍ତି ଜୁଲାଇ ୨୪ ତାରିଖରେ ଯାଇ ଦେଖିପାରିବେ |

ଏଠାରେ ସୂଚନା ଥାଉ କି ଗତବର୍ଷ ଏହି ଆଇନ ଅନୁଯାୟୀ ଦାଉଦ ଇବ୍ରାହିମର ତିନିଟି ସମ୍ପତ୍ତିକୁ ଜଣେ କ୍ରେତା ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲେ | ଏହି ତିନିଟି ସଂପତ୍ତିରେ ସବନମ ଗେଷ୍ଟ ହାଉସ, ଦାମରଵାଲା ବିଲଡିଂ ଓ ହୋଟେଲ ରନକ ଅଫର୍ଜ ସାମିଲ ଥିଲା | ଏଥର ଏହି ସମ୍ପତ୍ତିକୁ ୨ରୁ ୩ କୋଟି ଟଙ୍କାରେ ବିକ୍ରୟ କରାଯିବାର ଆକଳନ କରାଯାଇଛି |

ସମ୍ବନ୍ଧିତ ଖବର