ନୂଆଦିଲ୍ଲୀ: ଗତ ୧୦ ବର୍ଷ ଭିତରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂପତ୍ତି ୧୦ ଗୁଣା ବୃଦ୍ଧି ପାଇଥିବା ଜଣାଯାଇଛି। ୨୦୦୪ରେ ରାହୁଲ ଗାନ୍ଧୀଙ୍କ ସଂପତ୍ତି ଥିଲା ୫୫.୩୮ ଲକ୍ଷ ଟଙ୍କା। ୨୦୧୪ରେ ଏଥିରେ ୧୬ ଗୁଣା ଅଭିବୃଦ୍ଧି ଘଟିବା ଫଳରେ ତାହା ୯ କୋଟି ୪୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାବଙ୍କ ସଂପତ୍ତିର ପରିମାଣରେ ୧୩ ଗୁଣା ବୃଦ୍ଧି ଘଟିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଭାଜପା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ସଂପତ୍ତିରେ ୫ ଗୁଣା ବୃଦ୍ଧି ଘଟିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2019/03/mulayam-singh.jpg)
ଗତ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବି ଏସ ପି) ପକ୍ଷରୁ ୫୯ ପ୍ରତିଶତ କୋଟିପତିଙ୍କୁ ଟିକେଟି ଦିଆଯାଇଥିଲା। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ର ସଂଯୋଜକ ସଂଜୟ ସିଂହ କହିଛନ୍ତି ସମାଜବାଦୀ ପାର୍ଟି ୫୫ ପ୍ରତିଶତ, ଭାରତୀୟ ଜନତା ପାର୍ଟି ୫୨ ପ୍ରତିଶତ ଓ କଂଗ୍ରେସ ୪୨ ପ୍ରତିଶତ କୋଟିପତିଙ୍କୁ ଟିକେଟ୍ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/sonia-rahul.jpg)