ଶ୍ରୀକ୍ଷେତ୍ର ସହ ସମ୍ପର୍କ ଥିବା ଏହି ମନ୍ଦିରରେ କେତେ ଅଛି ସମ୍ପତ୍ତି ?

କାଠମାଣ୍ଡୁ: ମହାପ୍ରଭୁ ଜଗନ୍ନାଥଙ୍କର ନେପାଳ ସହ ରହିଛି ସ୍ୱତନ୍ତ୍ର ସମ୍ପର୍କ | କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତିକାନ୍ତିରେ ବ୍ୟବହୃତ ହୁଏ କସ୍ତୁରୀ | କାହିଁ କେଉଁ କାଳରୁ ନେପାଳ ସରକାର ପୁରୀ ମନ୍ଦିରକୁ ଯୋଗାଇଆସୁଛନ୍ତି ଏହି ଦୁର୍ଲଭ କସ୍ତୁରୀ | ଠିକ ସେହିପରି ନେପାଳର ପ୍ରସିଦ୍ଧ ତଥା ଆରାଧ୍ୟ ଦେବତା ପଶୁପତିନାଥଙ୍କ ମନ୍ଦିରର ସମ୍ପତ୍ତିକୁ ନେଇ ଆସିଛି ତଥ୍ୟ | ପ୍ରଥମଥର ପାଇଁ ମନ୍ଦିର କମିଟି ଏହି ମନ୍ଦିରର ସମ୍ପତି ଆକଳନ ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରିଛି |

ମନ୍ଦିର ପାଖରେ ୯.୨୭ କିଲୋଗ୍ରାମର ସ୍ୱର୍ଣ୍ଣ, ୩୧୬ କିଲୋଗ୍ରାମର ଚାନ୍ଦି ସହ ୧୨୦ କୋଟି ଟଙ୍କାର ନଗଦ ଅର୍ଥ ରହିଛି | ପଶୁପତିନାଥ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ତଥ୍ୟରେ ୧୯୬୨ ରୁ ୨୦୧୮ ମସିହା ମଧ୍ୟରେ ଥିବା ଏହି ସମ୍ପତ୍ତି ଦର୍ଶାଯାଇଛି | ମନ୍ଦିର କମିଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ରମେଶ ଓପ୍ରୀତି କହିଛନ୍ତି ଯେ ପ୍ରଥମଥର ପାଇଁ ସମ୍ପତି ତାଲିକାକୁ ସାର୍ବଜନୀନ କରାଯାଇଛି |

ମନ୍ଦିର ପାଖରେ ଏହି ସମ୍ପତ୍ତିକୁ ଛାଡି ୧୮୬ ହେକ୍ଟର ଜମି ମଧ୍ୟ ରହିଛି | ଏଠାରେ ସୂଚନା ଥାଉ କି ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବାବେଳେ ୫ମ ଶତାବ୍ଦୀରେ ନିର୍ମାଣ ହୋଇଥିଲା |

ସମ୍ବନ୍ଧିତ ଖବର