ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ନୂପୁରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ୯ଟି ମାମଲା ଦିଲ୍ଲୀ ସ୍ଥାନାନ୍ତର ହେବ। ଦିଲ୍ଲୀ ପୁଲିସ ନୂପୁରଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ କରିବେ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ଆଗକୁ ଯଦି ନୂପୁରଙ୍କ ବିରୋଧରେ ଆହୁରି ଅଧିକ ଏତଲା ରୁଜୁ ହୁଏ ତା’ର ତଦନ୍ତ ମଧ୍ୟ ଦିଲ୍ଲୀ ପୁଲିସ କରିବେ। ନୂପୁରଙ୍କ ପ୍ରଫେଟ ବିରୋଧୀ ଟିପ୍ପଣୀ ପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ବିଚାରକୁ ନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେପି ପର୍ଦିୱାଲାଙ୍କ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ନୂପୁରଙ୍କ ବିରୋଧରେ ଥିବା ସମସ୍ତ ମାମଲା ଦିଲ୍ଲୀ ପୁଲିସର ଆଇଏଫ୍ଏସଓ ( ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ) ତଦନ୍ତ କରିବ। ଆଇଏଫଏସଓ ସମସ୍ତ ମାମଲାର ତଦନ୍ତ ଶେଷ କରିବାପାଇଁ ଅନ୍ୟ ପୁଲିସଠାରୁ ସହଯୋଗ ମଧ୍ୟ ନେଇପାରିବ। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ବୃଦ୍ଧି କରାଯିବ। ନୂପୁର ଶର୍ମା ମଧ୍ୟ ତାଙ୍କ ବିରୋଧରେ ଥିବା ସମସ୍ତ ଏତଲା ରଦ୍ଦ କରିବାପାଇଁ ଦିଲ୍ଲୀ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି।
ପ୍ରଫେଟ୍ ଟିପ୍ପଣୀ: ସୁପ୍ରିମକୋର୍ଟରେ ନୂପୁରଙ୍କୁ ଆଶ୍ବସ୍ତି, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର ହେବ
/sambad/media/post_attachments/wp-content/uploads/2022/05/supreme-court-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)