ମେଟ୍ରୋ ରେଳ ପାଇଁ ପ୍ରସ୍ତାବ ମିଳିନାହିଁ

ନୂଆଦିଲ୍ଲୀ : ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ଠାରୁ ପ୍ରସ୍ତାବ ମିଳିନାହିଁ। ଗୁରୁବାର ଦିନ ଲୋକସଭାରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ମେଟ୍ରୋ ‌ରେଳ ନୀତି-୨୦୧୭ ଅନୁସାରେ ସଂପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ଦାୟିତ୍ବ ଦିଆଯାଇଥାଏ। କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପ୍ରସ୍ତାବର କାର୍ଯ୍ୟକାରିତା ଓ ସଂପଦର ଉପଲବ୍ଧତା ଆଧାରରେ ଆର୍ଥିକ ସହାୟତା ପାଇଁ ବିଚାର କରିଥାନ୍ତି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର