ସିଏଏ ବିରୋଧରେ ଉତ୍ତେଜକ ଭାଷଣ, ଡକ୍ଟର କାଫିଲ ଖାନ୍‌ ଗିରଫ

ମୁମ୍ବାଇ, ଲକ୍ଷ୍ନୌ: ଉତ୍ତରପ୍ରଦେଶର ଡାକ୍ତର କାଫିଲ ଖାନ୍‌ ସିଏଏ ବିରୋଧରେ ଦେଇଥିବା ଉତ୍ତେଜକ ଭାଷଣ ପାଇଁ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଗିରଫ ହୋଇଛନ୍ତି। ଗତ ମାସରେ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ କାଫିଲ ଖାନ୍‌ ସିଏଏ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭ‌ାଷଣ ଦେଇଥିଲେ। ତେବେ ଏହି ଭାଷଣ ପାଇଁ ଖାନ୍‌ଙ୍କ ବିରୋଧରେ ଗତ ଡିସେମ୍ବରରେ ଏଫ୍‌ଆଇଆର ରୁଜୁ ହେବାପରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। କାଫିଲ ଖାନ୍‌ ଗତକାଲି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର