ତେଲ ଅବିବ : ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ ତାଙ୍କ ପାଖକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବା ସହ କକ୍ଷରୁ ବାହାର କରିଦେଇଥିଲେ । ଟ୍ରମ୍ପ ଏହା (ବିରୋଧର) ଏକ ପ୍ରଭାବଶାଳୀ ପଦ୍ଧତି ବୋଲି କହି ପ୍ରତିକ୍ରିୟା ଦେଇଥିଲେ ଏବଂ ତାଙ୍କ ଭାଷଣ ଜାରି ରଖିଥିଲେ।
ହଦାଶ-ତା'ଲ ଦଳର ସଭାପତି ଏମାନ ଓଡେ ଟ୍ରମ୍ପଙ୍କ ଭାଷଣ ସମୟରେ ଏକ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏଥିରେ ଲେଖାଥିଲା, "ପାଲେଷ୍ଟାଇନକୁ ଚିହ୍ନିତ କର।" ସେହି ଦଳର ସଦସ୍ୟ ଓଫର କାସିଫ ମଧ୍ୟ ଏକ ପ୍ଲାକାର୍ଡ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷା ବାହିନୀ ଉଭୟ ସାଂସଦଙ୍କୁ ବଳପୂର୍ବକ ସଂସଦରୁ ବାହାର କରିଦେଇଥିଲେ।
ଏହି ସମୟରେ, ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଆଜି, ବହୁ ବର୍ଷ ପରେ, ଏହି ପବିତ୍ର ଭୂମିରେ ସୂର୍ଯ୍ୟ ଉଦୟ ହେଉଛି; ଶାନ୍ତି ପ୍ରତିଷ୍ଠା ହୋଇଛି; ବନ୍ଧୁକଗୁଡ଼ିକ ନୀରବ ହୋଇଯାଇଛି ଏବଂ ସାଇରନ ଚୁପ ହୋଇଯାଇଛି। ଏହା କେବଳ ଯୁଦ୍ଧର ଶେଷ ନୁହେଁ, ବରଂ ଆତଙ୍କ ଏବଂ ମୃତ୍ୟୁର ଶେଷ ଏବଂ ଶାନ୍ତିର ଆରମ୍ଭ। ଏହା ଖୁବ୍ ଶୀଘ୍ର ଏକ ପ୍ରକୃତ ଚମତ୍କାର ଅଞ୍ଚଳ, ମଧ୍ୟପ୍ରାଚ୍ୟରେ ଏକ ଐତିହାସିକ ସୂର୍ଯ୍ୟୋଦୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/13/trump-2025-10-13-18-51-16.jpg)