ହାଇଦ୍ରାବାଦ: କାଷ୍ଟିଂ କାଉଚ୍କୁ ବିରୋଧ କରି ଜଣେ ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ୍ଡୀ ଆଜି ସର୍ବ ସମ୍ମୁଖରେ ଉଲଗ୍ନ ହୋଇ ପ୍ରତିବାଦ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ହାଇଦ୍ରାବାଦସ୍ଥିତ ତେଲୁଗୁ ଫିଲ୍ମ ଚାମ୍ବର ଅଫ୍ କମର୍ସ ସାମ୍ନାରେ ଶ୍ରୀ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ସକାଳେ ଅଭିନେତ୍ରୀ ଜଣକ ସଲଓ୍ଵାର ପିନ୍ଧି ଏହି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ କ୍ୟାମେରା ଆଗରେ ସମସ୍ତ ଅଭିଯୋଗକୁ ବର୍ଣ୍ଣନା କରି ବିବସ୍ତ୍ର ହୋଇଥିଲେ। ଅଭିନେତ୍ରୀଙ୍କ ଏଭଳି ବିରୋଧ ପ୍ରଦର୍ଶନ ପରେ ଚଳଚ୍ଚିତ୍ର ଶିଳ୍ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।
କାଷ୍ଟିଂ କାଉଚ୍କୁ ବିରୋଧ: ସର୍ବ ସମ୍ମୁଖରେ ଉଲଗ୍ନ ହେଲେ ତେଲୁଗୁ ଅଭିନେତ୍ରୀ
/sambad/media/post_attachments/wp-content/uploads/2018/04/actress-srireddy-strips-in-public-at-film-chamber-alleging-sexual-exploitation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)