ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ଏନ୍୍ଡିଏ ସରକାର ଏ ବାବଦ ସୁପ୍ରିମ୍ କୋର୍ଟଙ୍କ ରାୟକୁ ଅଚଳ କରିଦେଇଥିବାରୁ ଏହାର ପ୍ରତିବାଦରେ ଆଜି ବିଭିନ୍ନ ସବର୍ଣ୍ଣ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଏହି ବନ୍ଦର ବିଶେଷ ପ୍ରଭାବ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିଥିବା ବେଳେ ରାସ୍ତା ଅବରୋଧ ଯୋଗୁଁ ସମସ୍ୟା ଉପୁଜିଥିଲା। ବିହାର ଓ ମଧ୍ୟ ପ୍ରଦେଶରେ ଟ୍ରେନ୍୍ ଅଟକାଇ ପ୍ରତିବାଦ କରାଯାଇଥିଲା। ଭାରତ ବନ୍ଦ ସମୟରେ ସବର୍ଣ୍ଣ ସଂପ୍ରଦାୟର ଲୋକେ ଗ୍ଵାଲିୟରରେ କଂଗ୍ରେସ କାର୍ଯ୍ୟାଳୟରେ କଳାପତାକା ଲଗାଇବା ସହ ପୋଷ୍ଟର ଲଗାଇ ବିରୋଧ ପ୍ରଦର୍ଶନ କରିଥିଲେ। ବିହାରରେ ବନ୍ଦ ସମର୍ଥକମାନେ ମୁଜାଫରପୁରରେ ବିଭିନ୍ନ ଦଳର ନେତାଙ୍କ ବାସଭବନ ଉପରକୁ ପଥର ମାଡ଼ କରିଥିଲେ। ଜନତା ଅଧିକାର ପାର୍ଟି ସାଂସଦ ପପୁ ଯାଦବଙ୍କ ଉପରେ ମଧ୍ୟ ପଥର ଆକ୍ରମଣ ହୋଇଥିଲା। ବିହାରର ଆରାରେ ବନ୍ଦ ସମର୍ଥକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ରାଜସ୍ଥାନର ୧୦ଟି ଜିଲ୍ଲାରେ ବନ୍ଦକୁ ନେଇ ଉତ୍ତେଜନା ବଢ଼ିବାରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଧୋପୁରରେ ଧାରା ୧୪୪ ଲାଗୁ ହୋଇଥିବା ବେଳେ ୮ଟି ଜିଲ୍ଲାରେ ପୁଲିସକୁ ସର୍ବାଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସବର୍ଣ୍ଣଙ୍କ ଭାରତ ବନ୍ଦ
ଏସ୍ସି/ଏସ୍ଟି ଆଇନରେ ସଂଶୋଧନକୁ ବିରୋଧ
/sambad/media/post_attachments/wp-content/uploads/2018/09/s_1536239622_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)