ଯୁଦ୍ଧକୁ ନେଇ ଇସ୍ରାଏଲର ଜନତାଙ୍କ ବିକ୍ଷୋଭ, ଦକ୍ଷିଣ ଗାଜାରୁ ସୈନ୍ୟ ପ୍ରତ୍ୟାହାର କଲା ଇସ୍ରାଏଲ୍

ତେଲ୍ ଅଭିବ୍ : ଗାଜାରେ କ୍ରମାଗତ ସାଧାରଣ ଜନତାଙ୍କ ମୃତ୍ୟୁ ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଚାପ ବଢିଚାଲିଛି । ଏହାକୁ ନେଇ ଇସ୍ରାଏଲରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ନିଜର ଦେଶରେ ବିକ୍ଷୋଭ ଓ ଆମେରିକାର ଚାପ ଯୋଗୁଁ ଇସ୍ରାଏଲ ଏବେ ଦକ୍ଷିଣ ଗାଜାରୁ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ଘୋଷଣା କରିଛି। ଅନ୍ୟପକ୍ଷରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ କହିଛନ୍ତି ଯେ ମାନବିକତା ଦୃଷ୍ଟିରୁ ଇସ୍ରାଏଲ-ହମାସ ବିବାଦକୁ ବନ୍ଦ କରାଯିବା ଉଚିତ। ଇସ୍ରାଏଲ ସେନାର ଜଣେ ମୁଖପାତ୍ର ରବିବାର କହିଛନ୍ତି ଯେ ସେନା ଦକ୍ଷିଣ ଗାଜା ଉପତ୍ୟକାରୁ ଅଧିକ ସ୍ଥଳସେନା ପ୍ରତ୍ୟାହାର କରିନେଇଛି ଏବଂ ଆକ୍ରମଣ ଆରମ୍ଭ ହେବାର ଛଅ ମାସ ପରେ ସେଠାରେ କେବଳ ଗୋଟିଏ ବ୍ରିଗେଡ୍ ରହିଛି।

ୱାଶିଂଟନର ଚାପ ବଢ଼ୁଥିବାରୁ ଇସ୍ରାଏଲ ସେନା ମାନବିକ ସ୍ଥିତିରେ ସୁଧାର ଆଣିବା ପାଇଁ ଗାଜାରେ ସୈନ୍ୟ ସଂଖ୍ୟା ହ୍ରାସ କରୁଛି। ପ୍ରତ୍ୟାହାରର କାରଣ କିମ୍ବା ଏଥିରେ ସମ୍ପୃକ୍ତ ନମ୍ବର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇ ନାହିଁ। ନିରୀହ ଶିଶୁଙ୍କ ପାଇଁ ମାନବିକତା ଦୃଷ୍ଟିରୁ ଗାଜାରେ ଇସ୍ରାଏଲ-ହାମାସ ସଂଘର୍ଷ ବନ୍ଦ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଆହ୍ୱାନ ଦେଇଛନ୍ତି। ଇସ୍ରାଏଲ-ହାମାସ ସଂଘର୍ଷର ୬ ମାସ ପୂର୍ତ୍ତି ଅବସରରେ ଗାଜା ପାଇଁ ସାମୁଦ୍ରିକ ସହାୟତା କରିଡର ପ୍ରତିଷ୍ଠା ପାଇଁ ବ୍ରିଟେନ ରବିବାର ସାମରିକ ଏବଂ ବେସାମରିକ ସହାୟତାର ଏକ ନୂତନ ପ୍ୟାକେଜ୍ ଘୋଷଣା କରିଛି।

ସମ୍ବନ୍ଧିତ ଖବର