କାରଗିଲ୍‌ରେ ବିକ୍ଷୋଭ

ଶ୍ରୀନଗର: ଜମ୍ମୁ କଶ୍ମୀର ରାଜ୍ୟ ଭାଙ୍ଗି ଏହାକୁ ଦୁଇଭାଗ କରିବା ଏବଂ ଲଦାଖ୍‌କୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ କାରଗିଲ୍‌ରେ ମୁସ୍‌ଲିମ ସଂପ୍ରଦାୟ ପକ୍ଷରୁ ବିରୋଧ କରାଯାଇଛି। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି କାରଗିଲ୍‌ରେ ଲଗାତାର ୩ ଦିନ ଧରି ବନ୍ଦ ପାଳନ ହୋଇଥିଲା। ତେବେ ଆଜି କାରଗିଲ୍‌ରେ ବିକ୍ଷୋଭ ଆରମ୍ଭ ହୋଇଛି। ଜେଏସି (ଜଏଣ୍ଟ୍‌ ଆକ୍ସନ୍‌ କମିଟି) ଦ୍ବାରା କାରଗିଲ୍‌ରେ ଆନ୍ଦୋଳନ କରାଯାଇଛି। କାରଗିଲ୍‌ ଜିଲ୍ଲା ପ୍ରଶାସନ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ଗୁଡ଼ିକୁ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର