ଇସ୍ଲାମାବାଦ : ଭାରତର ଅବିଚ୍ଛେଦ୍ୟ ଅଂଗ ପାକ ଅଧିକୃତ କଶ୍ମୀର (ପିଓକେ)ର ଲୋକମାନଙ୍କ ଉପରେ ପାକିସ୍ତାନ ସରକାର ବର୍ଷ ବର୍ଷ ଧରି ଅତ୍ୟାଚାର ଚଳାଇ ଆସୁଛନ୍ତି । ଏହି ଅଂଚଳର ପ୍ରାକୃତିକ ସମ୍ବଳ ଉପରେ ସ୍ଥାନୀୟ ଲୋକଙ୍କ ଅଧିକାର ଥିବାବେଳେ ପାକିସ୍ତାନ ସରକାର ସେଗୁଡ଼ିକୁ ଲୁଣ୍ଠନ କରୁଛନ୍ତି, କିନ୍ତୁ ସ୍ଥାନୀୟ ଲୋକେ ଦାରିଦ୍ର୍ୟର ସହ ରହୁଛନ୍ତି । ଏବେ ପିଓକେ ଲୋକମାନେ ପାକ ସରକାରଙ୍କ ଉପରେ ସ୍ବର ଉତ୍ତୋଳନ କରୁଥିବାବେଳେ ପାକିସ୍ତାନ ସେନା ସେମାନଙ୍କ ଉପରେ ଅତ୍ୟାଚାର ଚଳାଇଛି ।
ନିକଟରେ ପିଓକେରେ ଲୋକମାନେ ଚଳାଇଥିବା ଆନ୍ଦୋଳନକୁ ଦବାଇବାକୁ ପାକିସ୍ତାନ ପକ୍ଷରୁ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । କେତେକ ସୂଚନା ଅନୁସାରେ ପୁଲିସ ଗୁଳିରେ ଅତିକମରେ ୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଜାରି ରହିଛି । ଆନ୍ଦୋଳନକାରୀମାନେ ଭାରତ ସପକ୍ଷରେ ସ୍ଲୋଗାନ ଦେବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସ୍ଥାନୀୟ ଅଂଚଳରେ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ ରଖିଛନ୍ତି । ଏହାପରେ ସେଠାରୁ କୌଣସି ସୂଚନା ବାହାରକୁ ଆସିପାରୁନାହିଁ । ଏହା ପରେ ଏହି ଅଂଚଳରେ ପାକିସ୍ତାନ ସେନା ପକ୍ଷରୁ କଣ ଅତ୍ୟାଚାର ଚାଲିଛି ତାହା ଜଣାପଡ଼ୁନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/30/pok-2025-09-30-17-48-02.jpg)