ବେଙ୍ଗାଲୁରୁ: ଏବେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ସିଏଏକୁ ବିରୋଧ କରି ଆନ୍ଦୋଳନ ଜୋର୍ଦାର ହୋଇଛି। କର୍ଣ୍ଣାଟକରେ ସିଏଏ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ମାଙ୍ଗାଲୁରୁର ୫ଟି ଥାନା ଅଧୀନରେ କର୍ଫ୍ୟୁ ଜାରି ହୋଇଛି। ମାଙ୍ଗାଲୁରୁରେ ଆଜି ୩୦ ଅଧିକ ଯାନବାହନରେ ନିଆଁ ଲଗାଇ ଦିଆଯାଇଛି। ପୁଲିସ ଉପରକୁ ମଧ୍ୟ ପ୍ରବଳ ପଥର ମାଡ଼ ହେବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ପୁଲିସ ଗୁଳିମାଡ଼ରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ଆସନ୍ତାକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ବଳବତ୍ତର ରହିବ। ବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସୁରକ୍ଷା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କର୍ଣ୍ଣାଟକର କାଲବୁର୍ଗି, ହାସନ୍, ମହୀଶୁର ଏବଂ ବେଲାରୀରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ହାଇଦ୍ରାବାଦ୍ରେ ମଧ୍ୟ ଜୋରଦାର ଆନ୍ଦୋଳନ ହୋଇଛି। ଥିରୁବନନ୍ତପୁରମ୍ରେ ଡିମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ର କର୍ମୀ ଏବଂ ସିପିଆଇ(ଏମ୍) ଯୁବ ଶାଖା ପକ୍ଷରୁ ରାଜ ଭବନ ଆଡ଼କୁ ଏକ ପ୍ରତିବାଦ ଯାତ୍ରା କରାଯାଇଥିଲା। ତାମିଲନାଡ଼ୁରେ ଚେନ୍ନାଇ, ତିରୁପୁର, ତିରୁଚିରାପଲ୍ଲାଇରେ ମଧ୍ୟ ଆନ୍ଦୋଳନ ହୋଇଛି।
ଦକ୍ଷିଣରେ ବ୍ୟାପିଲାଆନ୍ଦୋଳନ, ମାଙ୍ଗାଲୁରୁରେ କର୍ଫ୍ୟୁ, ୨ମୃତ
/sambad/media/post_attachments/wp-content/uploads/2019/12/Protestors-at-red-fort-770x432.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)