ନୂଆଦିଲ୍ଲୀ: ବିରୋଧୀ ଦଳ ନେତାମାନେ ବୁଧବାର ଦିନ ସଂସଦକୁ କ୍ଷୀର ଏବଂ ଦହି ପ୍ୟାକେଟ୍ ଆଣି ଦର ବୃଦ୍ଧି ଏବଂ ଜିଏସ୍ଟି ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ସଂସଦର ଉଭୟ ଗୃହ ଏବଂ ସଂସଦ ବାହରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ମଧ୍ୟ ଆନ୍ଦୋଳନ ହୋଇଛି। ଗଣମାଧ୍ୟମରେ ମତ ରଖି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ସରକାରଙ୍କ ଦ୍ବାରା ଜିଏସଟି ବୃଦ୍ଧିକୁ ବିରୋଧ କରି ଆମେ ଏଠାରେ ଏକଜୁଟ ହୋଇଛୁ। କଂଗ୍ରେସ ସାଂସଦ ରଣଦୀପ ସୂର୍ଯେୱାଲା ଆଜି ରାଜ୍ୟସଭାରେ ହଟ୍ଟଗୋଳର ଫଟୋ ଏବଂ ଭିଡିଓ ନେଇଥିବା ଅଭିଯୋଗ ହୋଇଛି। ତେବେ ଗୃହର ଉପାଧ୍ୟକ୍ଷ ପୀୟୂଷ ଗୋୟଲ ଏହାକୁ ଜୋରଦାର ବିରୋଧ କରିଥିଲେ। ଅନ୍ୟପକ୍ଷେ ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ବର୍ଷିଛନ୍ତି। ରାହୁଲ ସର୍ବଦା ସଂସଦୀୟ କାର୍ଯ୍ୟକୁ ଅସମ୍ମାନ କରିଛନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି।
କ୍ଷୀର, ଦହି ପ୍ୟାକେଟ୍ ଧରି ବିରୋଧୀଙ୍କ ଆନ୍ଦୋଳନ
ରାହୁଲ ସଂସୀଦୟ କାର୍ଯ୍ୟକୁ ଅସମ୍ମାନ କରୁଛନ୍ତି: ସ୍ମୃତି ଇରାନୀ
/sambad/media/post_attachments/wp-content/uploads/2022/07/gcjgjgdgjdgjgjgjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)