ପାକିସ୍ତାନ ଉପରେ ରାଗ : ଦିଲ୍ଲୀ-ଲାହୋର ବସକୁ ପାକିସ୍ତାନୀ ପତାକା ଉପରେ ଚାଲିବାକୁ କହିଲେ ଅମୃତସରର ସ୍ଥାନୀୟ ଯୁବକ

ଅଟାରୀ : ପାକିସ୍ତାନ ଉପରେ ଏବେ ଭୀଷଣ ବିରକ୍ତ ହୋଇଯାଇଛନ୍ତି ଭାରତୀୟ ଜନତା । ପୁଲଓ୍ଵାମା ଆକ୍ରମଣ ପରେ ବିଭିନ୍ନ ଉପାୟରେ ଲୋକମାନେ ପାକିସ୍ତାନ ବିରୋଧରେ ନିଜର ବିରୋଧ ପ୍ରଦର୍ଶନ କରୁଛନ୍ତି । କିଏ ପାକିସ୍ତାନ ମୁର୍ଦ୍ଦାବାଦ କହିଲେ ନିଜ ଦୋକାନରେ ରିହାତି ଦେଉଛି ତ ଆଉ କିଏ ହୋଟେଲରେ ଅଧା ଦରରେ ଖାଇବାକୁ ଦେଉଛି । ପଞ୍ଜାବର କେତେକ ଯୁବକ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । ଦିଲ୍ଲୀ ଲାହୋର ବସକୁ ଅଟକାଇ ସେମାନେ ପାକିସ୍ତାନୀ ପତାକା ଉପରେ ଚାଲିବାକୁ ବାଧ୍ୟ କରିଛନ୍ତି । ଏହି ଘଟଣାଟି ଘଟିଛି ଅମୃତସରର ଅଟାରୀ ସୀମା ନିକଟରେ ।

ଏହି ସୀମା ଦେଇ ଲାହୋରରୁ ଦିଲ୍ଲୀକୁ ବସ ଦୋସ୍ତୀ ବସ ଚାଲିଥାଏ । ଅଟାରୀ ଇଣ୍ଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ବସ ଯିବାବେଳକୁ କେତେକ ସ୍ଥାନୀୟ ଯୁବକ ବସକୁ ଅଟକାଇ ପାକିସ୍ତାନୀ ପତାକା ଉପରେ ଚାଲିବାକୁ କହିଲେ । ବସଚାଳକ ବସକୁ ଅଟକାଇବାକୁ ଚାହୁଁନଥିବାରୁ ବାଧ୍ୟ ହୋଇ ଉକ୍ତ ପତାକା ପ୍ରତିକୃତି ଉପରେ ଚାଲିଥିଲା । ଏହା ଦ୍ୱାରା ପାକିସ୍ତାନକୁ କଡା ସଂଦେଶ ଦିଆଯାଇଛି ବୋଲି ଯୁବକମାନେ କହିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ବସଟି ଚାଲିଥିଲା ।

ସମ୍ବନ୍ଧିତ ଖବର