ଇରାନ ଆନ୍ଦୋଳନ : ପୂର୍ବତନ ସର୍ବୋଚ୍ଚ ନେତାଙ୍କ ଘର ଜାଳିଲେ ଲୋକେ

ତେହେରାନ : ଦିନକୁ ଦିନ ଅଧିକ ଭୀଷଣ ହେଉଛି ଇରାନର ଆନ୍ଦୋଳନ । ଏହାକୁ ଦମନ କରିବାକୁ ଇରାନ ସରକାର କଠୋର ଦଣ୍ଡ ଦେଉଥିବା ସତ୍ତ୍ବେ ତାହା ଆନ୍ଦୋଳନକାରୀଙ୍କୁ ଡରାଇ ପାରିନାହିଁ । କିନ୍ତୁ ଗୁରୁବାରଦିନ ଆନ୍ଦୋଳନକାରୀମାନ ଏପରି ଏକ କାଣ୍ଡ କରିଛନ୍ତି ତାହା ସମଗ୍ର ଇରାନରେ ଚର୍ଚ୍ଚାର କାରଣ ହୋଇଛି । ସେମାନେ ଇରାନରେ ଇସ୍ଲାମିକ ଶାସନର ପ୍ରତିଷ୍ଠାତା ତଥା ପୂର୍ବତନ ସର୍ବୋଚ୍ଚ ଧର୍ମୀୟ ନେତା ରୁହୋଲ୍ଲା ଆୟାତୋଲ୍ଲା ଖାମିନେଇଙ୍କ ଘର ଜାଳିଦେଇଛନ୍ତି । ଖାମିନେଇଙ୍କ ମୃତ୍ୟୁପରେ ତାହାକୁ ଏକ ମ୍ୟୁଜିୟମ କରିଦିଆଯାଇଛି ।

ଖାମେନେଇଙ୍କ ଘର ଜାଳିବା ପରେ ଆନ୍ଦୋଳନକାରୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଚଳିତ ବର୍ଷ ହେଉଛି ଲହୁର ବର୍ଷା । ଆମେ ସର୍ବୋଚ୍ଚ ନେତାଙ୍କୁ ହଟାଇଦେବୁ ।

ଗତ ମଙ୍ଗଳବାରଦିନ  ଇରାନର ୨୩ଟି ସହରରେ ଆନ୍ଦୋଳନ ଦେଖାଦେଇଛି । ଏହି ଆନ୍ଦୋଳନରେ ୫ ଜଣ ଲୋକ ନିହତ ହୋଇଛନ୍ତି । ଗତ ସେପ୍ଟେମ୍ବରରେ ମାସା ଅମିନି ନାମକ ଯୁବତୀଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୩୪୭ ଜଣ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ରହିଛନ୍ତି । ଏହି ଆନ୍ଦୋଳନକୁ  ବନ୍ଦ କରିବା କୁଇରାନ ସରକାରଙ୍କ ଉଦ୍ୟମ ବିଫଳ ହୋଇଛି ।

ଏପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ସଂପୃକ୍ତ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଆନ୍ଦୋଳନ ଦମନ ପାଇଁ ଆହାରି କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ  ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର