ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ଅମୃତପାଲ୍ ସିଂହଙ୍କ ଉପରେ ଚାଲିଥିବା ଚଢ଼ଉ ବିରୋଧରେ ଲଣ୍ଡନ୍ସ୍ଥିତ ‘ଇଣ୍ଡିଆ ମିସନ୍’ ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ବୁଧବାର ଦିନ ଲଣ୍ଡନ୍ ମେଟ୍ରୋପଲିଟାନ୍ ପୋଲିସ୍ ଉପରକୁ ଧୂଆଁ-ବୋମା, ପାଣି ବୋତଲ, କାଳି ଓ ଅଣ୍ଡା ଆଦି ଫିଙ୍ଗିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ସୂଚନାଯୋଗ୍ୟ, ରବିବାର ଦିନ ଖଲିସ୍ତାନୀ ସମର୍ଥକମାନେ ‘ଇଣ୍ଡିଆ ମିସନ୍’ ପରିସରରେ ପ୍ରବେଶ କରି ଭାରତର ଜାତୀୟ ପତାକାକୁ ଖୋଲି ଦେବା ସହିତ ଝରକା ଆଦି ଭଙ୍ଗାରୁଜା କରିଥିଲେ। ଏହାର ସମୁଚିତ ଜବାବରେ ହାଇକମିସନ୍ କର୍ମଚାରୀମାନେ ‘ଇଣ୍ଡିଆ ମିସନ୍’ କାନ୍ଥକୁ ଏକ ବିରାଟ ଜାତୀୟ ପତାକାରେ ଆବୃତ୍ତ କରିଥିଲେ। ଏ ଘଟଣା ପ୍ରତିବାଦକାରୀଙ୍କୁ ଅଧିକ ଉତ୍ତ୍ୟକ୍ତ କରିପକାଇଲା।
Image Courtesy of India Todayଉତ୍ତ୍ୟକ୍ତ ପ୍ରତିବାଦକାରୀଙ୍କୁ ଲଣ୍ଡନ୍ ମେଟ୍ରୋପଲିଟାନ୍ ପୋଲିସ୍ ‘ଇଣ୍ଡିଆ ମିସନ୍’ଠାରୁ ନିରାପଦ ଦୂରତାରେ ରଖିବା ପାଇଁ କର୍ଡନ୍ କରି ରାସ୍ତା ଆରପଟେ ଅଟକାଇ ଥିଲା। ବୁଧବାର ପ୍ରତିବାଦ ଅଧିକ ଉଗ୍ର ହେବ ବୋଲି ଆଶଙ୍କା କରି ଲଣ୍ଡନ ପୋଲିସ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା। ତେଣୁ, ସେଠାରେ ୨୪ଟି ବସ୍ରେ ପୋଲିସ ଫୋର୍ସ ଏବଂ ଅଶ୍ବାରୋହୀ ପୁଲିସ ମୁତୟନ କରାଯାଇଥିଲା।
ପ୍ରଥମେ ଛୋଟ ଆକାରରେ ଆରମ୍ଭ ହୋଇଥିବା ପ୍ରତିବାଦ ସନ୍ଧ୍ୟା ବେଳକୁ ଉଗ୍ରତର ହେଲା। ବିଳମ୍ବିତ ସନ୍ଧ୍ୟା ବେଳକୁ ପ୍ରାୟ ୨୦୦୦ ପ୍ରତିବାଦକାରୀ ଘଟଣାସ୍ଥଳରେ ସମବେତ ହୋଇଥିଲେ ବୋଲି ପୁଲିସ କହିଛି।
ସେମାନେ ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ସହିତ ପୁଲିସ ଉପରକୁ ଧୂଆଁ-ବୋମା, ପାଣି ବୋତଲ, କାଳି, ଅଣ୍ଡା ଓ ଅବିର ଆଦି ଫିଙ୍ଗିଲେ। ତେଣୁ, ସମ୍ମୁଖ ଭାଗରେ ଥିବା କେତେକ ପୁଲିସଙ୍କ ଉପରେ କାଳି ପଡ଼ିଛି।
ଲଣ୍ଡନ୍ସ୍ଥିତ ‘ଇଣ୍ଡିଆନ୍ ହାଇକମିସନ୍’ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ବୋଲି ମଧ୍ୟ ବୁଧବାର ଦିନ ଇଂଲଣ୍ଡ୍ର ବୈଦେଶିକ ସଚିବ ଜେନ୍ କ୍ଲେଭର୍ଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/kp-1.jpg)