କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚା ’ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଆନ୍ଦୋଳନରତ ଜୁନିୟର୍ ଡାକ୍ତରମାନେ। ରବିବାର ଦିନ କୋଲକାତାରେ ଆନ୍ଦୋଳନ ଜାରି ରଖି ସହରର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପରେ ଯାଇ ସେମାନେ ଚା ପିଇବେ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ ରକ୍ଷା କରି ଆନ୍ଦୋଳନରତ ଡାକ୍ତରମାନଙ୍କର ଏକ ଦଳ ତାଙ୍କୁ ଭେଟିଥିଲେ। ତେବେ ସେହି ଦଳର ଡକ୍ଟର ଆକିବ୍ କହିଛନ୍ତି ଯେ ତାଙ୍କୁ ମମତା ଚା ଯାଚିଥିଲେ। ମାତ୍ର ସେମାନେ ଚା ପିଇବାକୁ ମନା କରିଦେଇଥିଲେ। ମୃତ ଡାକ୍ତରଙ୍କୁ ନ୍ୟାୟ ମିଳିବା ପରେ ଯାଇ ଚା ଗ୍ରହଣ କରିବେ ବୋଲି କହିଥିଲେ।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସହିତ କଥାବାର୍ତ୍ତା କରି ଡକ୍ଟର ଆକିବ କହିଛନ୍ତି, “ଆମକୁ କାଲିଘାଟରେ ଏକ ସରକାରୀ ଆଲୋଚନା ପାଇଁ ଯିବାକୁ କୁହାଯାଇଥିଲା। ଆମେ ସେଠାରେ ପହଞ୍ଚିଥିଲୁ। ମାତ୍ର ସେଠାରେ ବୈଠକର ସିଧାପ୍ରସାରଣ ହେବ ବୋଲି ଆମର ଯେଉଁ ଦାବି ଥିଲା ସେଥିରେ ଆମକୁ ସାଲିସ୍ କରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଆମକୁ ଚା’ ପିଇବା ପରେ ବୈଠକ କରିବାକୁ କହିଥିଲେ। ମାତ୍ର ଜୁନିୟର୍ ଡାକ୍ତରମାନେ ଚା’ ପିଇବାକୁ ମନା କରି ଦେଇଥିଲେ। ନ୍ୟାୟ ମିଳିବା ପରେ ଯାଇ ଆମେ ଚା ପିଇବୁ ବୋଲି କହିଥିଲୁ। ବୈଠକର କିଛି ସମୟ ପରେ ଆମେ ରେକର୍ଡିଂ କରିବାକୁ ଅନୁମତି ମାଗିଥିଲୁ। ମାତ୍ର ଆମକୁ କୁହାଯାଇଥିଲା ଯେ ବିଳମ୍ବ ହୋଇଗଲାଣି ଏବଂ ବର୍ତ୍ତମାନ କିଛି କରାଯାଇପାରିବ ନାହିଁ।’’
ଉଲ୍ଲେଖଯୋଗ୍ୟ, ଶନିବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଫଆଇଆର ଦାଖଲ କରିବାରେ ବିଳମ୍ବ କରିଥିବା ହେତୁ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସାନ୍ଦୀପ ଘୋଷଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/Cp4Bvvj1LOE5EH8YIMT0.jpg)