ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍‌ କୀ ବାତ୍‌’ରେ ଅଭିଭାଷଣ ଦେବା ବେଳେ ଥାଳି ବାଡ଼ାଇଲେ ପ୍ରତିବାଦକାରୀ କୃଷକ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ମାସିକ ରେଡିଓ ସମ୍ଭାଷଣ ‘ମନ୍‌ କୀ ବାତ୍‌’ ପ୍ରସାରଣ ସମୟରେ ନୂଆ କୃଷି ଆଇନକୁ ବିରୋଧ କରି ପ୍ରତିବାଦ ଚଳାଇଥିବା କୃଷକମାନେ ‘ଥାଳି’ ବାଡ଼ାଇବା ସହ ବିଭିନ୍ନ ପ୍ରକାର ‘ସ୍ଲୋଗାନ୍‌’ ଦେଇଥିଲେ। ଏହି ପ୍ରତିବାଦ ବିଜେପି ଶାସିତ ହରିୟାଣାର ରୋହତକ୍‌ରରେ ପ୍ରଦର୍ଶୀତ ହୋଇଥିଲା।

ଲକ୍‌ଡାଉନ୍‌ ପ୍ରାରମ୍ଭିକ ସମୟରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଥାଳି ଓ ତାଳି ମାରିବାକୁ କରିଥିବା ନିବେଦନ କଥାରୁ ପ୍ରତିବାଦକାରୀ କୃଷକମାନଙ୍କ ମୁଣ୍ଡକୁ ଏ କଥାଟି ଜୁଟିଥିଲା। ଆଜିର ‘ମନ୍‌ କୀ ବାତ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସେ କଥାର ନିଦର୍ଶନ ଦେଇଥିଲେ।

Image Courtesy of NDTV

ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ରାବଳୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ, ଅଧିକାଂଶ ଚିଠିରେ ଲୋକେ ଦେଶର ସାମର୍ଥ୍ୟ ଏବଂ ଦେଶବାସୀଙ୍କ ସମ୍ମିଳିତ ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି। ‘ଜନତା କର୍ଫ୍ୟୁ’ ଭଳି ଅଭିନବ ପରୀକ୍ଷା ସମଗ୍ର ବିଶ୍ୱକୁ ପ୍ରେରିତ କରିଥିଲା। ସେତେବେଳେ ଦେଶବାସୀ ସମବେତ ଭାବେ ‘ଥାଳି ଓ ତାଳି’ ବଜାଇଥିଲେ।

ଉଲ୍ଲେଖଯୋଗ୍ୟ କି, ବିଶେଷକରି ପଞ୍ଜାବ ଓ ହରିୟାଣର କୃଷକମାନଙ୍କ ନେତୃତ୍ୱରେ ଚାଲିଥିବା ‘ଦିଲ୍ଲୀ ଚଲୋ’ ପ୍ରତିବାଦ ପ୍ରାୟ ଏକ ମାସରୁ ଅଧିକ ହେବ ଚାଲିଛି। ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତରେ ଡେରା ପକାଇ ସେପ୍ଟେମ୍ବର ମାସରେ ପାରିତ ହୋଇଥିବା କୃଷି ଆଇନକୁ ଉଚ୍ଛେଦ କରାଇବାକୁ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର