କୃଷିଋଣ ଛାଡ଼ ଓ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି ପାଇଁ ଦାବି କରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କଲେ ୩୫ ହଜାର ଚାଷୀ

ନୂଆଦିଲ୍ଲୀ: ସଂସଦ ଅଭିମୁଖେ ଯିବା ପାଇଁ ଅନୁମତି ନ ମିଳିବା ପରେ ଆଜି ଦେଶର ୨୪ଟି ରାଜ୍ୟରୁ ଆସିଥିବା ପ୍ରାୟ ୩୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ରାଜଧାନୀ ନୂଆଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍‌ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଚାଷୀମାନଙ୍କର କୃଷିଋଣକୁ ଛାଡ଼ କରିବା ସହ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।


ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ କମିଟିର ଜାତୀୟ ସଂପାଦକ ଆଶିଷ ମିତ୍ତଲ ଏହି ଚାଷୀ ସମାବେଶରେ ଦେଶର ୨୪ଟି ରାଜ୍ୟର ଚାଷୀମାନେ ଯୋଗ ଦେଇଥିବା ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ଏହି ଚାଷୀ ସମାବେଶରେ ଯୋଗଦେବା ପାଇଁ ଚାଷୀମାନେ ଆସି ରାମଲୀଲା ମୈଦାନ ଠାରେ ଗତ ଗରୁବାର ଠାରୁ ଏକତ୍ରିତ ହୋଇଥିଲେ। ଚାଷୀମାନଙ୍କର ଦାବିକୁ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଇଛି। ବିକ୍ଷୋଭ ସମାବେଶରେ ଯୋଗଦେଇ ଚାଷୀ ନେତା ଯୋଗେନ୍ଦ୍ର ଯାଦବ ଚାଷୀମାନଙ୍କର ଦାବିକୁ ମାନିନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ବିରୋଧୀ କଂଗ୍ରେସ, ବାମଦଳ ଓ ଜନତା ଦଳ(ଧର୍ମନିରପେକ୍ଷ) ଚାଷୀମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର