ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନର ଛଅଟି ଦିବସ ବାକି ରହିଛି। ଲୋକସଭା ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେବା ଏବଂ ଗୃହକାର୍ଯ୍ୟ ଚଳାଇ ଦେଉନଥିବା ସାଂସଦମାନଙ୍କୁ ସସ୍ପେଣ୍ଡ କରିବା ପାଇଁ ଚିନ୍ତା କରାଯାଉଛି। ବାଚସ୍ପତି ସୁମିତ୍ରା ମହାଜନ ଗୃହରେ ହଟ୍ଟଗୋଳକୁ ରୋକିବା ପାଇଁ ରୁଲ୍ କମିଟିର ବୈଠକ କରିଥିଲେ। ବାଚସ୍ପତିଙ୍କ ଆସନ ସମ୍ମୁଖରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ଗୋଟିଏ ଦିନରୁ ୫ ଦିନ ପର୍ଯ୍ୟନ୍ତ ନିଲମ୍ବନ କରିବାକୁ କମିଟି ସୁପାରିସ କରିଥିବା ଜଣାପଡ଼ିଛି।
ଲୋକସଭାରେ ହଟ୍ଟଗୋଳ କରୁଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ
/sambad/media/post_attachments/wp-content/uploads/2018/12/lok.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)