କାଠମାଣ୍ଡୁ: ଜଳୁଛି ନେପାଳ । ବିକ୍ଷୋଭ ଯେତେ ଯେତେ ବଢ଼ୁଛି, ନେପାଳ ସେତେ ସେତେ ଜଳୁଛି । ସାମାଜିକ ଗଣମାଧ୍ୟମ ଉପରୁ ନିଷେଧାଦେଶ ପ୍ରତ୍ୟାହାର, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ବି ଥମୁନି ନେପାଳ ନିଆଁ । କାଠମାଣ୍ଡୁରେ ଲାଗିଥିବା ବିବାଦର ନିଆଁ ନେପାଳର ଅନ୍ୟ ସହରକୁ ମାଡ଼ିଲାଣି । ୪୮ ଘଣ୍ଟା ଭିତରେ ବଦଳିଯାଇଛି ନେପାଳର ରାଜଧାନୀ କାଠମାଣ୍ଡୁର ଚିତ୍ର । ଯୁଆଡ଼େ ଦେଧିଲେ ସିଆଡ଼େ ଖାଲି ନିଆଁ ଓ ଧୂଆଁ ।
#WATCH | Nepal: Protestors set the Parliament building on fire as the protest turned violent in Kathmandu; visuals from this evening.
— ANI (@ANI) September 9, 2025
The Nepali PM resigned amid demonstrations against the Government over alleged corruption. pic.twitter.com/rqnRDw38Ai
୧-ସଂସଦ ଭବନରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ
୨-ସୁପ୍ରିମକୋର୍ଟରେ ବି ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ
୩-ଏୟାରପୋର୍ଟରେ ଜଳାପୋଡା, ବିମାନ ସେବା ବନ୍ଦ
୪- ବିକ୍ଷୋଭକାରୀ ଭାଙ୍ଗିଲେ ଜେଲ, ଫେରାର ହେଲେ ଶତାଧିକ କଏଦୀ
୫-ହିଂସାକୁ ଦେଖି ଦିଲ୍ଲୀରୁ କାଠମାଣ୍ଡୁକୁ ବିମାନ ଉଡାଣ ବନ୍ଦ
୬- ଭାରତ-ନେପାଳ ସୀମାରେ ହାଇଆଲର୍ଟ, ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି
୭- ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଜାଳିବା ସହ ତାଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ଜାଳି ଦେଇ ହତ୍ୟା କଲେ ବିକ୍ଷୋଭକାରୀ
୮-ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ସହ ୩୦୦ ଆହତ ହୋଇଥିବା ସୂଚନା ମିଳିଛି
୯- କାଠମାଣ୍ଡୁର ମେୟର ବାଲେନ୍ ଶାହ, ଯାହାଙ୍କୁ ଗାଦି ଦେବାକୁ ଦାବି କରୁଛନ୍ତି ନେପାଳ ବିଦ୍ରୋହୀ । ଯୁବ ସମାଜର ହୃତସ୍ପନ୍ଦନ ବାଲେନ୍ ପ୍ରକୃତରେ ନେପାଳ ହିଂସାର ମୁଖ୍ୟ ବୋଲି ଚର୍ଚ୍ଚା ହେଉଛି
#WATCH | Nepal: Protesters dance and celebrate as the private residence of former PM K.P. Sharma Oli, in Bhaktapur, burns. The Nepali PM resigned this afternoon amid demonstrations against the Government over alleged corruption.
— ANI (@ANI) September 9, 2025
(Video Source: TV Today Nepal) pic.twitter.com/d71H1bQ1KJ