ତାଲିବାନ ଓ ପାକିସ୍ତାନ ବିରୋଧରେ ବିଭିନ୍ନ ରାଷ୍ଟ୍ରରେ ବିକ୍ଷୋଭ

ଥେସାଲୋନିକି: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଗୁରୁତର ସଂକଟ ଦେଖାଦେଇଥିବା ବେଳେ ଗ୍ରୀସ୍‌, େରାମ୍‌, ବ୍ରିେଟନ୍‌ର ବିଭିନ୍ନ ସହରରେ ତାଲିବାନ ଓ ପାକିସ୍ତାନ ବିେରାଧୀ ବିେକ୍ଷାଭ େଦଖିବାକୁ ମିଳିଛି। ଅନେକ ଆଫଗାନଙ୍କ ସମେତ ଶହ ଶହ ଲୋକ ରୢାଲି କରି ତାଲିବାନ ଓ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଫଗାନ, ବେଲୁଚ ଓ କୁର୍ଦ୍ଦମାେନ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।

ତାଲିବାନମାନଙ୍କୁ ସାହାଯ୍ୟ କରିଥିବା ପାକିସ୍ତାନ ବିରୋଧରେ ଅାେନ୍ଦାଳନକାରୀ ସ୍ଲେଗାନ ଦେଇଥିଲେ। ଆଫଗାନିସ୍ତାନର ଜନସାଧାରଣଙ୍କୁ ସମର୍ଥନ ଓ ସମବେଦନା ଜଣାଇବା ପାଇଁ ବିଶ୍ବସାରା ତାଲିବାନ ବିରୋଧରେ ବିକ୍ଷୋଭ ଓ ରୢାଲି ଅନୁଷ୍ଠିତ େହଉଛି। ଏହି ପ୍ରତିବାଦରେ ଅନେକ ବେଲୁଚ ମଧ୍ୟ ଅଂଶଗ୍ରହଣ କରିବା ସହ ପାକିସ୍ତାନ ବେଆଇନଭାବେ ବେଲୁଚିସ୍ତାନ ଦଖଲ କରିଥିବା ଅଭିଯୋଗ କରିଛନ୍ତି। ଶନିବାର କେନ୍ଦ୍ରୀୟ ଲଣ୍ଡନରେ ଥିବା ହାଇଡ୍ ପାର୍କ ନିକଟରେ ମଧ୍ୟ ହଜାର ହଜାର ଲୋକ ଆଫଗାନିସ୍ତାନବାସୀଙ୍କ ସମର୍ଥନରେ ତଥା ତାଲିବାନଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ରୋମ୍‌େର ମଧ୍ୟ ତାଲିବାନ ଓ ପାକ୍‌ ବିେରାଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର