ତେହେରାନ : ହିଜାବ ପିନ୍ଧିନଥିବାରୁ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇରାନରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁକୁ ନେଇ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଯୁବତୀଙ୍କ ନାଁ ମହସା ଆମିନି। ହିଜାବ ପିନ୍ଧି ନ ଥିବାରୁ ଇରାନର ମୋରାଲିଟି ପୁଲିସ ତାଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ଦୁଇ ଦିନ ତଳେ ଉକ୍ତ ମହିଳାଙ୍କ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ରବିବାର ଦିନ ଦେଶବ୍ୟାପୀ ହଜାର ହଜାର ଜନତା ପରିଧାନ ସଂକ୍ରାନ୍ତ ଧାର୍ମିକ କଟକଣା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ରବିବାର ଦିନ ତେହରାନ ପୁଲିସ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ। ସୋସିଆଲ ମିଡ଼ିଆରେ ବିକ୍ଷୋଭର ଭିଡିଓ ଛାଇ ଯାଇଛି। ହିଜାବ ପିନ୍ଧି ନ ଥିବାରୁ ଆମିନିଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଲୋକେ ଅଭିଯୋଗ କରୁଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି ପୁଲିସ ସଫେଇ ଦେଇଛି।