ୱାସିଂଟନ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆମେରିକାରେ ଥିବା ଶିଖ୍-ଆମେରିକୀୟ ଯୁବ ସଂଗଠନ କୃଷକ ଆନ୍ଦୋଳନକୁ ସମର୍ଥନ କରି ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି। ୱାସିଂଟନ ଡିସି, ମେରିଲ୍ୟାଣ୍ଡ, ଭର୍ଜିନିଆ, ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍ସିଲିଭାନିଆ, ଇଣ୍ଡିଆନା, ଓହିଓ, ନର୍ଥ କ୍ୟାରୋଲିନା ଆଦି ଅଞ୍ଚଳରେ ଶିଖ୍-ଆମେରିକୀୟମାନେ ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ବେଳେ କିଛି ଖଲିସ୍ତାନୀ ସମର୍ଥକ ଖଲିସ୍ତାନୀ ପତାକା ଧରି ସେଠାରେ ପହଞ୍ଚିଯାଇଥିଲେ ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେବା ସାଙ୍ଗକୁ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରି ଦେଇଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ଏକ ଅଭାବନୀୟ ଘଟଣାର ଦୃଢ ନିନ୍ଦା କରାଯାଇଛି।
ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ବିକ୍ଷୋଭ
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ବିକୃତ କଲେ ଖଲିସ୍ତାନୀ ସମର୍ଥକ
/sambad/media/post_attachments/wp-content/uploads/2020/12/us.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)