ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ସହିତ ଭାରତର ଅସ୍ତ୍ରବିରତି ଚୁକ୍ତିନାମା ପରେ ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କ ଅନଲାଇନରେ ଖୁବ୍ ଜୋର୍ରେ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି। ଏପରିକି ଅନେକ ମୀସ୍ରୀଙ୍କ ପାରିବାରକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ତାଙ୍କ ଝିଅ ମଧ୍ୟ ସାମିଲ ଥିଲେ।
ବୈଦେଶିକ ସଚିବ ଅସ୍ତ୍ରବିତରି ଘୋଷଣା କରିବା ପରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଏବେ ଅନେକ ବରିଷ୍ଠ କୂଟନୀତିଜ୍ଞ ଏବଂ ରାଜନେତା ତାଙ୍କ ସପକ୍ଷରେ ବାହାରି ଆସିଛନ୍ତି। ଅନେକ ମିସ୍ରୀଙ୍କୁ ଆମେ ତୁମକୁ ନେଇ ଗର୍ବିତ ବୋଲି କହିଛନ୍ତି।
ଅନଲାଇନ ଟ୍ରୋଲିଂକୁ ଦୃଢ଼ ନିନ୍ଦା କରି ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କହିଛନ୍ତି ଯେ ମିସ୍ରୀଙ୍କ ପରି ଜଣେ "ସଚ୍ଚୋଟ, କଠିନ ପରିଶ୍ରମୀ ଅଧିକାରୀଙ୍କୁ କେନ୍ଦ୍ର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିବା ପାଇଁ ଆକ୍ରମଣ କରାଯିବା ଉଚିତ୍ ନୁହେଁ।’’
ସେ ଆହୁରି ବି କହିଛନ୍ତି ଯେ "ବିକ୍ରମ ମିସ୍ରୀ ଜଣେ ଭଦ୍ର, ସଚ୍ଚୋଟ, କଠିନ ପରିଶ୍ରମୀ କୂଟନୀତିଜ୍ଞ। ଯିଏ ଆମ ଦେଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଆମର ପ୍ରଶାସନିକ କର୍ମଚାରୀମାନେ କାର୍ଯ୍ୟନିର୍ବାହୀ ଅଧୀନରେ କାମ କରନ୍ତି। ଏହା ମନେ ରଖିବା ଉଚିତ ଏବଂ କାର୍ଯ୍ୟନିର୍ବାହୀ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ସେମାନଙ୍କୁ ଦାୟୀ କରାଯିବା ଉଚିତ୍ ନୁହେଁ,"।
ଶନିବାର ସନ୍ଧ୍ୟାରେ ଏକ ପ୍ରେସ୍ ବ୍ରିଫିଂରେ ମିସ୍ରୀ ଘୋଷଣା କରିଥିଲେ ଯେ ‘‘ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ତୁରନ୍ତ ସ୍ଥଳ, ବାୟୁ ଏବଂ ସମୁଦ୍ରରେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଏକ ବୁଝାମଣାରେ ପହଞ୍ଚିବାକୁ ରାଜି ହୋଇଛନ୍ତି।’’
ତାଙ୍କର ଏହି ଘୋଷଣା ପରେ ତାଙ୍କୁ "ଦେଶଦ୍ରୋହୀ", "ଗଦ୍ଦର" ଭଳି ଅପମାନଜନକ ଶବ୍ଦ କୁହା ଯାଇଥିଲା। କିଛି ଲୋକ ତାଙ୍କ ଝିଅମାନଙ୍କ ନାଗରିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/12/IrboLcNc06dha3E79Mfc.jpg)