ଶ୍ରୀନଗର: ଜମ୍ମୁ କଶ୍ମୀରର ପୂବର୍ତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ କଠୋର ଜନ ସୁରକ୍ଷା ଆଇନ (ପବ୍ଲିକ୍ ସେଫଟି ଆକ୍ଟ) ଲାଗୁ କରାଯାଇଛି। କେବଳ ସେତିକି ନୁହେଁ, ତାଙ୍କୁ ଯେଉଁଠି ରଖାଯିବ ତାହାକୁ ଏକ ଅସ୍ଥାୟୀ କାରଗାର ଭାବେ ଘୋଷଣା ହୋଇଛି। ଉଲ୍ଲେଖଯୋଗ୍ୟ, ଏହି କଠୋର ଆଇନ ଯାହା ବିରୋଧରେ ଲାଗିବ ତାଙ୍କୁ ପୁଲିସ ବିନା ବିଚାରରେ ୨ ବର୍ଷ ପର୍ଯ୍ୟନ୍ତ ଅଟକ ରଖିପାରିବେ। ଶ୍ରୀନଗର ଲୋକସଭା ଆସନରୁ ଏମପି ଥିବା ଫାରୁକଙ୍କୁ ଗତ ଅଗଷ୍ଟ ୫ ତାରିଖରୁ ବେଆଇନଭାବେ ତାଙ୍କ ଶ୍ରୀନଗର ସ୍ଥିତ ଘରେ ଗୃହବନ୍ଦୀ କରି ରଖାଯାଇଛି। ତାଙ୍କୁ ମୁକ୍ତ କରିବା ପାଇଁ ଏମଡିଏମକେ ନେତା ଭାଇକୋଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହୋଇଥିବାବେଳେ ସରକାର ତାଙ୍କ ବିରୋଧରେ ଏଭଳି କଠୋର ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ ଫାରୁକଙ୍କ ବିରୋଧରେ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗ କରାଯାଇଛି। ଏହି ଆଇନକୁ ସାଧାରଣତଃ ଆତଙ୍କବାଦୀ, ବିଛିନ୍ନତାବାଦୀ ଏବଂ ପଥର ଫିଙ୍ଗାଳୀଙ୍କୁ ଗିରଫ ବେଳେ ଲାଗୁ କରାଯାଇଥାଏ। ରାଜ୍ୟ କାଠ ଚୋରିକୁ ରୋକିବା ପାଇଁ ଫାରୁକଙ୍କ ବାପା ଶେଖ୍ ଅବଦୁଲ୍ଲା ୧୯୭୮ ମସିହାରେ ଏହି ଆଇନ ପ୍ରଣୟନ କରିଥିଲେ। ଏବେ ପୁଅ ଫାରୁକଙ୍କ ବିରୋଧରେ ସେହି ଆଇନ ଲାଗୁ କରାଯାଇଛି। ଫାରୁକଙ୍କ ବିରୋଧରେ ଏହି ଆଇନ ଲାଗୁ ହେବା ପରେ କଂଗ୍ରେସ ଏବଂ ବାମଦଳଗୁଡ଼ିକ ଏହାର ତୀବ୍ର ବିରୋଧ କରିଛନ୍ତି। ତେବେ ଏହାକୁ ଅଦାଲତରେ ଚାଲେଞ୍ଜ କରାଯିବ ବୋଲି ଫାରୁକଙ୍କ ଦଳ କହିଛି।
ଫାରୁକ୍ଙ୍କ ବିରୋଧରେ ଲାଗିଲା ପିଏସ୍ଏ; ବାପାଙ୍କ ଆଇନ ଜାଲରେ ପଡ଼ିଲେ ପୁଅ
କାଠ ମାଫିଆଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା, ଆତଙ୍କବାଦୀଙ୍କ ବିରୋଧରେ ଏହା ଲାଗୁ ହୋଇଥାଏ
/sambad/media/post_attachments/wp-content/uploads/2019/06/farooq-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)