ଡିସେମ୍ବର ୧୭ରେ ଯୋଗାଯୋଗ ସାଟେଲାଇଟ୍‌ ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରିବ ‘ପିଏସ୍‌ଏଲ୍‌ଭି-ସି୫୦’: ଇସ୍ରୋ

ନେଲୋର୍‌: ଡିସେମ୍ବର ୧୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’(ପିଏସ୍‌ଏଲ୍‌ଭି-ସି୫୦) ଦ୍ୱାରା ସୂଚନା ପ୍ରସାରଣ ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରାଯିବ ବୋଲି ଶୁକ୍ରବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି।

‘ଇସ୍ରୋ’ କହିବା ଅନୁସାରେ, ‘ପିଏସ୍‌ଏଲ୍‌ଭି-ସି୫୦’ ହେଉଛି ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ର ୫୨ତମ ଅଭିଯାନ। ଶ୍ରୀହରିକୋଟାର ‘ଏସ୍‌ଏଚ୍‌ଏଆର୍‌’ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ‘ସିଏମ୍‌ଏସ୍‌-୦୧’କୁ ମହାକାଶକୁ ଉତ୍‌କ୍ଷେପଣ କରିବ। ପାଗ ଅବସ୍ଥାକୁ ଲକ୍ଷ୍ୟ କରି ୨୦୨୦ ଡିସେମ୍ବର ୧୭ ତାରିଖ ଭାରତୀୟ ସମୟ ୧୫:୪୧ରେ ଏହାକୁ ଉତ୍‌କ୍ଷେପଣ କରାଯିବ।

Image Courtesy of The Financial Express

‘ସିଏମ୍‌ଏସ୍‌-୦୧’ ହେଉଛି ଭାରତର ୪୨ତମ ସୂଚନା ପ୍ରସାରଣକାରୀ ବା ଯୋଗାଯୋଗ ସାଟେଲାଇଟ୍‌। ଏହା ସମଗ୍ର ଭାରତ ଭୂଖଣ୍ଡ ସମେତ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳ ପାଇଁ ‘ଏକ୍ସଟେଣ୍ଡେଡ୍‌-ସି ବ୍ୟାଣ୍ଡ୍‌’ କ୍ଷେତ୍ରରେ ସେବା ଯୋଗାଇବ।

ଶ୍ରୀହରିକୋଟାର ‘ଏସ୍‌ଏଚ୍‌ଏଆର୍‌’ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଏହା ହେବ ୭୭ତମ ରକେଟ୍‌ ଉତ୍‌କ୍ଷେପଣ ଅଭିଯାନ।

ସମ୍ବନ୍ଧିତ ଖବର