ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ଆମାଜନିଆ-୧ ଏବଂ ଅନ୍ୟ ୧୮ଟି କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଲା ‘ଇସ୍ରୋ’ର ‘ପିଏସ୍‌ଏଲ୍‌ଭି-ସି୫୧’

ନୂଆଦିଲ୍ଲୀ: ‘ଇସ୍ରୋ’ ଆଜି ନିର୍ଦ୍ଧାରିତ ସମୟରେ ଇ-ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ଆମାଜନିଆ-୧ ଏବଂ ଅନ୍ୟ ୧୮ଟି କୃତ୍ରିମ ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି।

ଆଜି ପୂର୍ବାହ୍ଣ ୧.୩୦ର ଅଳ୍ପକ୍ଷଣ ପୂର୍ବରୁ ୧୯ଟି କୃତ୍ରିମ ଉପଗ୍ରହ ସହ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର’ର ଲଞ୍ଚ୍‌ପ୍ୟାଡ୍‌ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ର ‘ପିଏସ୍‌ଏଲ୍‌ଭି-ସି୫୧’ ମହାକାଶକୁ ଉତ୍‌କ୍ଷେପିତ ହୋଇଥିଲା।

Image Courtesy of Hindustan Times

ବ୍ରାଜିଲ୍‌ର ୬୩୭ କିଲୋ ଓଜନବିଶିଷ୍ଟ କୃତ୍ରିମ ଉପଗ୍ରହ ‘ଆମାଜନିଆ-୧’ ସହ ନିର୍ଦ୍ଧାରିତ ସମୟ ଠିକ୍‌ ୧୦.୨୪ରେ ମହାକାଶକୁ ଉଠିଥିଲା। ଏଥିସହ ଯାଇଥିବା ବାକି ୧୮ଟି କୃତ୍ରିମ ଉପଗ୍ରହ ମଧ୍ୟରେ ରହିଛି ୪ଟି ‘ଇନ୍‌-ସ୍ପେସ୍‌’ ଏବଂ ‘ଇସ୍ରୋ’ର ୧୪ଟି ବାଣିଜ୍ୟିକ ଶାଖା ‘ନିୟୁସ୍ପେସ୍‌ ଇଣ୍ଡିଆ’ର କୃତ୍ରିମ ଉପଗ୍ରହ।

ଏହାଛଡ଼ା ଆତ୍ମନିର୍ଭର ଉପକ୍ରମର ଏବଂ ମହାକାଶ ଘରୋଇକରଣ ସଙ୍କେତସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଖୋଦିତ ଚିତ୍ର ଏବଂ ଏସ୍‌ଡି କାର୍ଡରେ ସେଭ୍‌ ହୋଇଥିବା ଏକ ‘ଇ-ଭଗବତ ଗୀତା’।

ସୂଚନାଯୋଗ୍ୟ, ଆଜିର ଏହି ଉତ୍‌କ୍ଷେପଣରେ ‘ଆମାଜନିଆ-୧’ ଛଡ଼ା ଆହୁରି ୨୦ଟି କୃତ୍ରିମ ଉପଗ୍ରହ ଯାଇଥାଆନ୍ତା। କିନ୍ତୁ, ବୈଷୟିକ ତ୍ରୁଟିବିଚ୍ୟୁତି ଯୋଗୁଁ ଗତ ସପ୍ତାହରେ ୨ଟି କୃତ୍ରିମ ଉପଗ୍ରହକୁ ଏଥିରୁ ବାଦ ଦିଆଯାଇଥିଲା।

ସମ୍ବନ୍ଧିତ ଖବର