ଟିଭି ବିତର୍କରେ ହାତାହାତି, ସାମ୍ବାଦିକଙ୍କୁ ପିଟିଲେ ନେତା

ଇସଲମାବାଦ: ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ଏକ ବିତର୍କ କାର୍ଯ୍ୟକ୍ରମରେ ହାତାହାତି ହେଲେ ନେତା ଓ ସାମ୍ବାଦିକ | ମିଳିଥିବା ସୂଚନା ମୁତାବକ ଲାଇଭ ନ୍ୟୁଜ ଚାଲିଥିବାବେଳେ ପ୍ୟାନେଲରେ ବସିଥିବା ପାକିସ୍ତାନ ତେହେରିକ ଇ ଇନସାଫ ଦଳର ନେତା ମସରୁର ଅଲି ଓ କରାଚୀ ପ୍ରେସ କ୍ଲବ ମୁଖ୍ୟ ଇମତିଆଜ ଖାଁ ଏକ ପ୍ରସଙ୍ଗରେ ଚର୍ଚ୍ଚା କରୁଥିଲେ | ହଠାତ ଏହି ପ୍ରସଙ୍ଗରେ ଦୁଇ ଜଣଙ୍କ ଅସହମତି ହୋଇଥିଲେ |

ଏଥିରେ ଉତକ୍ଷିପ୍ତ ହୋଇ ମସରୁର ଇମତିଆଜଙ୍କୁ ମାଡ ମାରିଥିଲେ | ତାଙ୍କୁ ଠେଲାପେଲା କରିଥିବା ସହ ଇମତିଆଜ ମଧ୍ୟ ମସରୁରଙ୍କୁ ଧକ୍କା ଦେଇଥିଲେ | ଏଭଳି ପରିସ୍ଥିତି ଦେଖି ଉପସ୍ଥାପକ ଓ ଅନ୍ୟ ଜଣେ ଅତିଥି ଏମାନଙ୍କୁ ବୁଝାସୁଝା କରିଥିଲେ | ଏହାକୁ ନେଇ ଲୋକଙ୍କ ମଧ୍ୟରେ ଢେର ପ୍ରତିକ୍ରିୟା ସୃଷ୍ଟି ହୋଇଛି | ପାକିସ୍ତାନ ସାମ୍ବାଦିକ ସଂଘ ପକ୍ଷରୁ ଏହା ନୂଆ ପାକିସ୍ତାନ କି ବୋଲି ପ୍ରଶ୍ନ କରିଛନ୍ତି | ଏଠାରେ ସୂଚନା ଥାଉ କି ଏବେ ପାକିସ୍ତାନର ଶାସନ ଭାର ତେହେରିକ ଇ ଇନସାଫ ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ହାତରେ ରହିଛି |

କେ ୨୧ ନ୍ୟୁଜ ଚ୍ୟାନେଲରେ ଏକ ବିତର୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଲିଥିଲା ତେବେ ଏହି ସମୟରେ ପାକିସ୍ତାନ ସ୍ଥିତିକୁ ନେଇ ଆଲୋଚନା ଚାଲିଥିଲା | କିନ୍ତୁ ସାମ୍ବାଦିକଙ୍କ ମତରେ ରାଜି ହୋଇପାରିନଥିଲେ ଶାସକ ଦଳ ନେତା | ଯାହାଫଳରେ ସାମ୍ବାଦିକଙ୍କୁ ମାଡ ମାରିଥିଲେ |

ସମ୍ବନ୍ଧିତ ଖବର