ଖୁବ୍‌ ଶୀଘ୍ର ଦେଶରେ ଲଞ୍ଚ୍‌ ହେବାକୁ ଯାଉଛି ରୟାଲ୍‌ ଗେମ୍‌ ‘ପବ୍‌ଜୀ ଲାଇଟ୍‌’

ନୂଆଦିଲ୍ଲୀ: ଦେଶରେ ଖୁବ୍‌ ଶୀଘ୍ର ରାୟାଲ୍‌ ଗେମ୍‌ ‘ପବ୍‌ଜୀ ଲାଇଟ’ ଲଞ୍ଚ କରିବାକୁ ଯାଉଛି। ଏହି ରୟାଲ୍‌ ଗେମ୍‌ର ଏହା ହେଉଛି ‘ଲାଇଟ୍‌ ଭର୍ସନ’। ପୂର୍ବରୁ ଚଳିତବର୍ଷ ଜାନୁଆରିରେ ‘ପ୍ଲେୟାର୍ସ ଅନ୍‌ନୋନ୍‌ ବେଟେଲ୍‌ ଗ୍ରାଉଣ୍ଡ୍‌’ ଲଞ୍ଚ୍‌ ହୋଇଥିଲା।

ଚଳିତ ମାସ ଶେଷ ସୁଦ୍ଧା ଏହା ଭାରତରେ ଲଞ୍ଚ୍‌ ହୋଇପାରେ ବୋଲି ସୂଚନା ରହିଛି। ମାତ୍ର ଲଞ୍ଚ୍‌ ତାରିଖ ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। ଭାରତ ବ୍ୟତୀତ ଏହା ଏସିଆର ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନ୍ସ, ସିଙ୍ଗାପୁର ଏବଂ ଥାଇଲାଣ୍ଡ ଆଦି ଦେଶରେ ବି ଲଞ୍ଚ୍‌ ହେବ ବୋଲି ସୂଚନା ରହିଛି। ପରେ ଏହା ବ୍ରାଜିଲ୍‌ ଓ ତୁର୍କୀରେ ବି ଲଞ୍ଚ୍‌ କରିବ‘ପବ୍‌ଜୀ ଲାଇଟ’।

India Today

ଏହାକୁ ମାଗଣାରେ ଖେଳି ହେବ। ଏହି ‘ପବ୍‌ଜୀ ଲାଇଟ୍‌’କୁ ଡାଉନ୍‌ଲୋଡ କରିବା ପାଇଁ ଷ୍ଟିମ୍‌ ଆକାଉଣ୍ଟ୍‌ର ଆବଶ୍ୟକତା ନାହିଁ। ଏହାକୁ ଖେଳିବା ପାଇଁ ବ୍ୟବହାରକାରୀ ପ୍ରଥମେ ସେମାନଙ୍କର କମ୍ପୁଟରକୁ ଡାଉନ୍‌ଲୋଡ କରିବେ ଓ ପରେ ଖେଳିବେ। ସିଧାସଳଖ ଭାବେ ବିନା ଡାଉନ୍‌ଲୋଡରେ ଏହାକୁ ଖେଳାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର