ଦିନ ସାରା ବସି ପବ୍‌ଜୀ ଖେଳୁଥିବାରୁ ରାଗରେ ଫୋନ ଭାଙ୍ଗିଦେଲେ ମା’, ଆତ୍ମହତ୍ୟା କଲା ପୁଅ

ଚଣ୍ଡିଗଡ଼ : ମୋବାଇଲ ଗେମ୍‌ ପବ୍‌ଜୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଅନେକ ତର୍କ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଦିନକୁ ଦିନ ଏହି ଗେମ୍‌ ପାଇଁ ପିଲାମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ହାରିଯିବା ଡ଼ରରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ବେଳେ କିଛି ଆତ୍ମହତ୍ୟା କରୁଛନ୍ତି । ହରିୟାଣାର ଜିନ୍ଦରେ ମଧ୍ୟ ସେଭଳି ଏକ ଘଟଣା ଘଟିଛି । ପବ୍‌ଜୀ ଖେଳିବାକୁ ମନା କରିବା ସହ ମା’ ଫୋନ ଭାଙ୍ଗିଦେବାରୁ ୧୭ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି ।

India Today

ନାବାଳକଙ୍କ ବାପାଙ୍କ ଅନୁଯାୟୀ, ବର୍ଷେ ପୂର୍ବରୁ ଦଶମ ଶ୍ରେଣୀ ପାଠ ପଢ଼ା ଛାଢ଼ି ଘରେ ବସି ରହୁଥିଲା ପୁଅ । ସାରା ଦିନ କୌଣସି କାମ ନ କରି ସେ ପବ୍‌ଜୀ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଥିଲା । ଶନିବାର ସନ୍ଧ୍ୟାରେ ମୁଁ ମୋ ଅଫିସକୁ ଯିବା ପରେ ମୋ ପତ୍ନୀ ପୁଅକୁ ପବ୍‌ଜୀ ଗେମ୍‌ ଖେଳୁଥିବାର ଦେଖିଥିଲେ । ରାଗରେ ସେ ପୁଅକୁ ଗାଳି ଦେବା ସହ ଫୋନ ଭାଙ୍ଗି ଦେଇଥିଲେ । ପରଦିନ ସକାଳୁ ଦେଖିବା ବେଳକୁ ପୁଅ ନିଜ ଶୋଇବା ଘରେ ଆତ୍ମହତ୍ୟା କରି ଦେଇଥିଲା । ନାବାଳକଙ୍କ ବାପା ଜଣେ ପୁଲିସ ଅଫିସର ଥିବା ବେଳେ ଏହି ମାମଲାକୁ ନେଇ କୌଣସି ଏତଲା ରୁଜୁ ହୋଇ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର