ନୂଆଦିଲ୍ଲୀ: ଅନଲାଇନ ଗେମ ପବଜିକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇଛି | ଏହି ଗେମ ପାଇଁ ପୂର୍ବରୁ ଅନେକଙ୍କ ଜୀବନ ଯିବା ସହ ଅନେକ ପରିବାରକୁ ଆର୍ଥିକ କ୍ଷତି ସହିବାକୁ ପଡିଛି | ବାରମ୍ବାର ଏଭଳି ଘଟୁଥିଲେ ମଧ୍ୟ ପିଲାମାନେ ସଚେତନ ହେଉନାହାନ୍ତି | ଯାହାର ଏକ ଜ୍ୱଳନ୍ତ ଉଦାହରଣ ପଞ୍ଜାବରେ ଦେଖିବାକୁ ମିଳିଛି | ଜଣେ ବାଳକ ପବଜି ପାଇଁ ନିଜ ବାପାଙ୍କ ସଞ୍ଚିତ ସବୁ ପୁଞ୍ଜିକୁ କେଇ ସେକେଣ୍ଡ ମଧ୍ୟରେ ଶେଷ କରିଦେଇଛି | ପବଜି ପାଇଁ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ବାହାର କରିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ୧୭ବର୍ଷିୟ ବାଳକଜଣଙ୍କ ନିଜ ପବଜି ଆକାଉଣ୍ଟକୁ ଅପଡେଟ କରିବା ପାଇଁ ୧୬ ଲକ୍ଷ ଟଙ୍କା କାଢି ନେଇଥିବା ଜଣାପଡିଛି |

Advertisment

अकाउंट अपग्रेड करने पर खर्च किए पैसे oneindia

ପୀଡିତ ବାପାଙ୍କ କହିବା ମୁତାବକ, ପୁଅ ଅନଲାଇନରେ ପାଠ ପଢିବି ବୋଲି କହି ମୋ ଫୋନ ବ୍ୟବହାର କରୁଥିଲା | ଏହା ପରେ ପବଜି ଗେମ ପାଇଁ ସେ ମୋ ଆକାଉଣ୍ଟରୁ ଟଙ୍କା ବାହାର କରିବା ଆରମ୍ଭ କରିଥିଲା | ଫୋନରେ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ଥିବାରୁ ପୁଅ ସହଜରେ ବ୍ୟାଙ୍କରୁ ଟଙ୍କା କାଢି ପାରିଥିଲା | ଏହା ସହ ବ୍ୟାଙ୍କରୁ ଆସୁଥିବା ମେସେଜକୁ ମଧ୍ୟ ଫୋନରୁ ହଟାଇଦେଉଥିଲା | କେବଳ ମୋ ଫୋନ ନୁହେଁ ସେ ତା' ମାଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଖାଲି କରିଛି | ଯଦି ମୁଁ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଇନଥାନ୍ତି, ତେବେ ମୋତେ ଏ ବିଷୟରେ ଜଣା ପଡ଼ିନଥାନ୍ତା | ପାସବୁକ ଅପଡେଟ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା | ଏହି ଟଙ୍କା ମୁଁ ମୋର ଚିକିତ୍ସା ପାଇଁ ଜମା କରିଥିଲି | ତା'ର ଏଭଳି କାମ ପରେ ଟଙ୍କାର ମହତ୍ୱ ବୁଝାଇବା ପାଇଁ ଆମେ ତାକୁ ଗ୍ୟାରେଜରେ କାମ କରିବା ପାଇଁ ଛାଡ଼ିଛୁ |