ପବଜି ଖେଳୁଖେଳୁ ଯୁବକଙ୍କ ପ୍ରେମରେ ପଡ଼ିଲେ ବିବାହିତା ମହିଳା

ବାରଣାସୀ: ପବଜି ଖେଳୁଖେଳୁ ମନ ମିଶିଗଲା | ଆଉ ନିଜ ପ୍ରେମିକଙ୍କୁ ଖୋଜିବାକୁ ବାହାରି ପଡିଲେ ବିବାହିତା ମହିଳା | ଉତ୍ତରପ୍ରଦେଶର ବାରାଣସୀରେ ଏଭଳି ଏକ ଘଟଣା ଘଟିଛି, ଯାହାକି ଚର୍ଚ୍ଚା ସୃଷ୍ଟି କରିଛି | ମିଳିଥିବା ସୂଚନା ମୁତାବକ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଜଣେ ବିବାହିତା ମହିଳା ହଠାତ ନିଖୋଜ ହୋଇଯାଇଥିଲେ | ଆଉ ଏହା ପରେ ମହିଳାଙ୍କ ପରିବାର ସଦସ୍ୟ ପୁଲିସରେ ଅଭିଯୋଗ କରିଥିଲେ |

ନିଖୋଜ ଅଭିଯୋଗ ପାଇବା ପରେ ପୁଲିସ ମହିଳାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା | ଆଉ ପୁଲିସ ନିଖୋଜ ମହିଳାଙ୍କୁ ଉତ୍ତରପ୍ରଦେଶ ବାରାଣାସୀରୁ ଉଦ୍ଧାର କରିଛି | ତେବେ ହିମାଚଳ ପ୍ରଦେଶର କାଙ୍ଗଡାରୁ ବାରଣାସୀ କିଭଳି ଓ କାହିଁକି ଆସିଲେ, ସେ ନେଇ ପୁଲିସ ଛାନଭିନ କରିଥିଲା | ଏଥିରୁ ଜଣାପଡିଥିଲା ଯେ, ବିବାହିତ ମହିଳା ପବଜି ଖେଳିବାକୁ ଭଲ ପାଉଥିଲେ। ପବଜି ଖେଳିବାବେଳେ ସେ ବାରାଣାସୀର ଜଣେ ଯୁବକଙ୍କ ସହ ପରିଚିତ ହୋଇଥିଲେ ଏବଂ ଏହି ପରିଚୟ ପ୍ରେମରେ ପରିଣତ ହୋଇଥିଲା |

ଏହା ପରେ ବିବାହିତା ମହିଳା ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ବାରାଣାସୀରେ ପହଞ୍ଚିଥିଲେ, କିନ୍ତୁ ଯେତେବେଳେ ସେ ଯୁବକଙ୍କୁ ଭେଟିଥିଲେ, ସେତେବେଳେ ଜଣାପଡିଥିଲା ​​ପ୍ରେମର ଇସାରା ଦେଇଥିବା ଯୁବକ ଜଣକ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଛନ୍ତି | ଆଉ ଏହା ପରେ ବିବାହିତା ମହିଳା ନିଜ ଭୁଲ ବୁଝିପାରି ପରିବାର ସଦସ୍ୟଙ୍କୁ ଫୋନ କରି ବାରାଣାସୀରୁ ନେଇଯିବାକୁ କହିଥିଲେ | ଶେଷରେ ପରିବାର ସଦସ୍ୟ ପୁଲିସକୁ ସୂଚନା ଦେଇଥିଲେ, ଏହା ପରେ ପୁଲିସ ମହିଳାଙ୍କୁ ଉଦ୍ଧାର କରିଥିଲା |

ସମ୍ବନ୍ଧିତ ଖବର