ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଟ୍ରେନ୍‌ ଧକ୍‌କାରେ ଦୁଇ ଯୁବକଙ୍କ ପ୍ରାଣହାନି

ମୁମ୍ବାଇ: ମୋବାଇଲରେ ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଦୁଇ ଯୁବକଙ୍କୁ ଟ୍ରେନ୍‌ ଧକ୍‌କା ଦେବା ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମହାରାଷ୍ଟ୍ରର ହିମୋଲିରେ ଏହି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ରେଳଧାରଣା ପାଖରେ ଦୁଇଜଣ ଯୁବକ ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଖେଳୁଥିଲେ। ସେହି ସମୟରେ ସେମାନଙ୍କ ପାଖରେ ଟ୍ରେନ୍‌ ଗଲା। ଟ୍ରେନ୍‌ ଧକ୍‌କା ବି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ପ୍ରାଣହାନି ଘଟିଥିଲା।

ମୃତ ଦୁଇ ଯୁବକଙ୍କ ନାଆଁ ହେଲା ନାଗେଶ ମୋରେ ଓ ସ୍ୱପ୍ନିଳ। ସେମାନଙ୍କୁ ହାଇଦ୍ରାବାଦ୍‌-ଆଜମେର ଟ୍ରେନ୍‌ ଧକ୍‌କା ଦେଇଥିଲା। ଦୁଇ ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବର ବ୍ୟବଚ୍ଛେଦ କରାଇଥିିଲେ ଓ ଏକ ଦୁର୍ଘଟଣାଜନିତ ମାମଲା ରୁଜ୍ଜୁ କରିଥିଲା।ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ପବଜି ଖେଳ ଖେଳି କେତେକଙ୍କର ଜୀବନ ଯାଇଥିବା ଖବର ମଝିରେ ମଝିରେ ମିଳିଥିଲା ,ହେଲେ ତଥାପି ଏଥିପ୍ରତି ଯୁବସମାଜ ଧ୍ୟାନ ଦେଇନାହାନ୍ତି।

ସମ୍ବନ୍ଧିତ ଖବର