ତାମିଲନାଡ଼ୁ : ଜାଲିକଟ୍ଟୁକୁ ଅନୁମତି ନ ଦେବାରୁ ତାତିଲେ ଲୋକେ  

ଚେନ୍ନାଇ : ପାରମ୍ପରିକ ଷଣ୍ଢ କାବୁ କରାଯିବାର ଖେଳ ଜାଲିକଟ୍ଟୁ ଆୟୋଜନ କରିବାକୁ ପ୍ରଶାସନ ଅନୁମତି ନ ଦେବାରୁ ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲା ହୋସୁର ନିକଟ କମାନ୍ଥୋଟି ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି ।  ଶହ ଗ୍ରାମବାସୀ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥକୁ ଅବରୋଧ କରିଥିବା ଖବର ହସ୍ତଗତ ହୋଇଛି ।

ବିକ୍ଷୋଭକାରୀମାନେ ପୁଲିସ କର୍ମଚାରୀଙ୍କ ସହ ସଂଘର୍ଷ କରିବା ସହ ପଥର ଫିଙ୍ଗୁଥିବାର ଦେଖାଯାଇଥିଲା। ହିଂସାତ୍ମକ ବିକ୍ଷୋଭରେ ଅତି କମରେ ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ଭାଇରାଲ ହୋଇଥିବା ଏକ ଭିଡିଓରେ ଲୋକେ ପୋଲିସ ଭ୍ୟାନ ସମେତ ଗାଡି ଉପରକୁ ପଥର ଫିଙ୍ଗିଥିବାର ଦେଖାଯାଇଛି । ଖବର ଅନୁଯାୟୀ ଲୋକମାନେ ଗୁରୁବାର ସକାଳେ ରାସ୍ତାକୁ ଓହ୍ଲାଇ ମଧ୍ୟାହ୍ନ ପର୍ଯ୍ୟନ୍ତ ସେମାନଙ୍କର ବିରୋଧ ଜାରି ରଖିଥିଲେ। ବିକ୍ଷୋଭର ପ୍ରତିକ୍ରିୟାରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ଏବଂ କିଛି ବିକ୍ଷୋଭକାରୀଙ୍କ ଉପରେ ଲାଠିଚାଳନା କରିଥିଲା । ବିକ୍ଷୋଭକାରିମାନେ ପ୍ରାୟ ୫ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିରଖିଥିଲେ । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଥିଲା, ଏଥିପାଇଁ ସେମାନେ ଆୟୋଜନ ବି କରିଥିଲେ,  କିନ୍ତୁ ପରେ ସେମାନଙ୍କୁ ମନା କରାଯାଇଥିଲା ।

ସମ୍ବନ୍ଧିତ ଖବର