ଲକ୍ଡାଉନ୍ ଉଠାଇବା ପାଇଁ ଆସିଥିବା ୫ ଲକ୍ଷ ମତାମତ ଉପରେ ଆଜି ଅପରାହ୍ଣ ୪ଟାରେ ଆଲୋଚନା ହେବ: କେଜ୍ରିୱାଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଲକ୍‌ଡାଉନ୍ ଉଠାଇବା ପାଇଁ ସର୍ବସାଧାରଣଙ୍କ ଠାରୁ ପ୍ରଶାସନ ପାଇଥିବା ୫ ଲକ୍ଷରୁ ଅଧିକ ମତାମତ କଥା ଆଜି ଅପରାହ୍ଣ ୪ଟା ବେଳେ ଏକ ବୈଠକରେ ଆଲୋଚନା ହେବ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜଲ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଏହି ମତାମତଗୁଡ଼ିକ ବିଷୟରେ ଆଲୋଚନା ହେବ। ଏହାପରେ ଏକ ପ୍ରସ୍ତାବ ଡ୍ରାଫ୍ଟ୍‌ କରାଯାଇ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।

Image Source: Hindustan Times

ସେ ଆହୁରି କହିଛନ୍ତି, ଆପଣମାନେ ଦେଇଥିବା ମତାମତ ସବୁ ବୈଠକରେ ଆଲୋଚନା କରାଯିବ। ଦିଲ୍ଲୀରେ କେତେ ପରିମାଣରେ କୋହଳ କରାଯିବ, ସେ ସଂକ୍ରାନ୍ତ ପ୍ରସ୍ତାବମାନ କେନ୍ଦ୍ର ସରକାରଙ୍କୁ ଦିଆଯିବ। ଆମେ ଲୋକମାନଙ୍କ ଠାରୁ ମତାମତ ଲୋଡ଼ିଥିଲୁ। ୫ ଲକ୍ଷରୁ ଅଧିକ ମତାମତ ମିଳିଛି। ସେହି ମତାମତକୁ ଆଧାର କରି, ଆମେ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବୁ।

କେଜ୍ରିୱାଲ୍ କହିଛନ୍ତି ଯେ ଅଧିକାଂଶ ଲୋକଙ୍କ ମତ, ଗ୍ରୀଷ୍ମାବକାଶ ଯାଏଁ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହୁ। ହୋଟେଲ୍ ସବୁ ମଧ୍ୟ ବନ୍ଦ ରହୁ କିନ୍ତୁ, ଖାଦ୍ୟ ନେଇ ଯିବା ପାଇଁ ଓ ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ରେସ୍ତୋରାଁ ଖୋଲା ରହୁ।

ସମ୍ବନ୍ଧିତ ଖବର