ନିତିନ୍ ଗଡ଼କରିଙ୍କ ଇଙ୍ଗିତ, ଖୁବ୍‌ଶୀଘ୍ର ଆରମ୍ଭ ହେବ ସାଧାରଣ ପରିବହନ

ନୂଆଦିଲ୍ଲୀ : କରୋନା ମୁକାବିଲାର ଅଂଶବିଶେଷ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ବନ୍ଦ ଥିବା ସାଧାରଣ ପରିବହନ ବ୍ୟବସ୍ଥାକୁ ଖୁବ୍ ଶୀଘ୍ର ସକ୍ରିୟ କରାଯିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରି ବୁଧବାର ସୂଚନା ଦେଇଛନ୍ତି। ବିଭିନ୍ନ ରାଜପଥ ସମେତ ପରିବହନ ବ୍ୟବସ୍ଥାରେ ସ୍ବାଭାବିକତା ଆଣିବା ପାଇଁ ତଦନୁସାରେ ଲୋକଙ୍କ ଭରସା ହାସଲ କରିବାକୁ ଦୀର୍ଘ ଦିନ ଲାଗିପାରେ। ତେବେ କିଛି ସ୍ବତନ୍ତ୍ର କଟକଣା ଏବଂ ନିର୍ଦ୍ଦେଶାବଳୀ ସହ ପରିବହନ ବ୍ୟବସ୍ଥାକୁ ଶୀଘ୍ର ସଚଳ କରାଯିବ ବୋଲି ଗଡ଼କରି କହିଛନ୍ତି। କରୋନାକୁ ସମ୍ପୂର୍ଣ୍ଣ ପରାଜୟ ନକଲା ଯାଏ ସମସ୍ତଙ୍କୁ ସେହିପରି ସାମାଜିକ ଦୂରତ୍ବ ବଜାୟ ରଖିବା ସହ ବସ୍‌ ଓ କାର୍ ସେବାରେ ହ୍ୟାଣ୍ଡୱାସ୍‌, ସାନିଟାଇଜର୍ ଏବଂ ଫେସ୍‌ମାସ୍କ ଆଦି ନିରାପତ୍ତା ବ୍ୟବସ୍ଥା ଆପଣେଇବାକୁ ହେବ। ଦେଶର ବସ୍‌ ଓ କାର୍ ସେବା ଯୋଗାଣକାରୀ ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରି ଆହୁରି କହିିଛନ୍ତି ଯେ ସେମାନଙ୍କ ସମସ୍ୟା ଉପରେ ଅବଗତ ଅଛନ୍ତି। ଖୁବ୍‌ ଶୀଘ୍ର ସହାୟତା ଦିଆଯିବ।

ସମ୍ବନ୍ଧିତ ଖବର