ଓ୍ଵାସିଂଟନ୍: ମହାଭିଯୋଗରେ ଟ୍ରମ୍ପ୍ଙ୍କୁ ପଦବୀରୁ ହଟାଇବାରେ ସହାୟକ ହୋଇ ପାରିବା ଭଳି ତଥ୍ୟ ଯୋଗାଇ ପାରିବା ବ୍ୟକ୍ତିଙ୍କୁ ୧୦ ନିୟୁତ ଆମେରିକୀୟ ଡଲାର୍ ଦେବାକୁ ପ୍ରକାଶକ ଲାରି ଫ୍ଲିଣ୍ଟ୍ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
‘ଦି ଓ୍ଵାସିଂଟନ୍ ପୋଷ୍ଟ୍’ର ରବିବାର ସଂସ୍କରଣରେ ସେ ଏକ ପୂରା ପୃଷ୍ଠାର ବିଜ୍ଞାପନ ଛାପାଇଛନ୍ତି।
ଟ୍ରମ୍ପ୍ଙ୍କ ଅନୈତିକ ଶାରିରୀକ ସମ୍ବନ୍ଧୀୟ ଭିଡିଓ କିଂବା ଅଡିଓ ଚଳାଇ ପାରିବା ବ୍ୟକ୍ତି ବିଶେଷଙ୍କୁ ୧ ନିୟୁତ ଡଲାର୍ ଦିଆଯିବ ବୋଲି ଗତବର୍ଷ ରାଷ୍ଟ୍ରପତୀୟ ନିର୍ବାଚନ ଅଭିଯାନରେ ଫ୍ଲିଣ୍ଟ୍ ଘୋଷଣା କରିଥିଲା।
ଯେ କୌଣସି ପ୍ରକାରର ‘ସ୍ମୋକିଙ୍ଗ୍ ଗନ୍’ ଯାହା ପ୍ରକାଶ ଉପଯୋଗୀ ଏବଂ ଟ୍ରମ୍ପ୍ଙ୍କୁ ପଦଚ୍ୟୁତ କରାଇ ପାରିବ ରବିବାର ବିଜ୍ଞପ୍ତିରେ ଫ୍ଲିଣ୍ଟ୍ ତାହା ମାଗିଛନ୍ତି।
ଏ ସଂକ୍ରାନ୍ତରେ ହ୍ଵାଇଟ୍ ହାଉସ୍ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/dc-Cover-b6jlae7jrkof5b09n4n7j71s51-20171015101949.Medi_.jpeg)