ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ପିଏସ୍‌ଏଲ୍‌ଭି ରକେଟ୍‌ରେ ବ୍ୟବହୃତ ତେଲ ଟାଙ୍କି, ଚକିତ ହେଲେ ବୈଜ୍ଞାନିକ ଦଳ

ପୁଡୁଚେରୀ: ମତ୍ସ୍ୟଜୀବୀର ଜାଲରେ ପଡ଼ିଥିବା ସେହି ବିଶାଳ ଜିନିଷ ପିଏସ୍‌ଏଲ୍‌ଭି ରକେଟ୍‌ର ବ୍ୟବହୃତ ତେଲ ଟାଙ୍କି ବୋଲି ମଙ୍ଗଳବାର ଶ୍ରୀହରିକୋଟର ସତିଶ ଧାୱନ ସ୍ପେସ୍‌ ସେଣ୍ଟର୍‌ର ଏକ ୪ ଜଣିଆ ଦଳ ସ୍ପଷ୍ଟ କରିଛନ୍ତି। ଏହାକୁ ପାଇବା ପରେ ଇସ୍ରୋକୁ ପଠାଇ ଦିଆଯାଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପୁଡୁଚେରୀ ସରକାର ସୂଚନା ଦେବା ପରେ ଏହି ଦଳ ଆସି ପହଞ୍ଚିଥିଲେ। ସେମାନେ ମତ୍ସ୍ୟଜୀବୀଙ୍କ ଜାଲରୁ ମିଳିଥିବା ତେଲ ଟାଙ୍କିକୁ ସାଥିରେ ନେଇ ଯାଇଛନ୍ତି।

ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ଅଧିକାରୀ କହିଛନ୍ତି, ‘ମହାକାଶ ଗବେଷଣା  ସଂସ୍ଥାକୁ ସରକାର ସୂଚନା ଦେବା ପରେ ଏକ ଦଳ ଆସି ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ମିଳିଥିବା ତେଲ୍‌ ଟାଙ୍କିକୁ ସାଥିରେ ନେଇ ଯାଇଛନ୍ତି।’

ଉଲ୍ଲେଖଯୋଗ୍ୟ, ସୋମବାର ଦିନ ଜଣେ ମତ୍ସ୍ୟଜୀବୀ ତାଙ୍କ ଜାଲରେ ଟାଙ୍କି ଲାଖି ଯାଇଥିବାର ପାଇଲେ। ସେ ତାହାକୁ ପାଇବା ପରେ ଏହା କ’ଣ ବୋଲି ପ୍ରଥମେ ଜାଣିପାରିଲେ ନାହିଁ। ଶେଷରେ ଜାଣିବାକୁ ମିଳିଛି ଯେ ପିଏସ୍‌ଏଲ୍‌ଭି ରକେଟ୍‌ ଲଞ୍ଚର୍‌ରେ ବ୍ୟବହୃତ ହୋଇଥିବା ଏହା ଏକ ତେଲ ଟାଙ୍କି।

ସମ୍ବନ୍ଧିତ ଖବର