ପୁଡୁଚେରି: ମୁଥୁଭେଲ ନାମକ ୩୯ ବର୍ଷୀୟ ପୁଡୁଚେରିର ଅଧିବାସୀ ଟିକାରୁ ବର୍ତ୍ତିବା ପାଇଁ ଗଛ ଉପରେ ଚଢିଯାଇଛନ୍ତି । ମୁଥୁଭେଲଙ୍କୁ ଟିକା ଦେବାପାଇଁ ସ୍ଵାସ୍ଥ୍ୟ ଅଧିକାରୀ ଅନେକ ଥର ଚେଷ୍ଟା କରିଛନ୍ତି । କିନ୍ତୁ ସେ ବାରମ୍ବାର ପ୍ରାଥମିକ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଟିକାକରଣର ସମସ୍ତ ଉଦ୍ୟମକୁ ବିଫଳ କରିଦେଇଛନ୍ତି । ଏକ ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ପ୍ରାଥମିକ ସ୍ଵାସ୍ଥ୍ୟ ଅଧିକାରୀମାନେ ମୁଥୁଭେଲଙ୍କୁ ତଳକୁ ଓହ୍ଲେଇବା ପାଇଁ କହୁଛନ୍ତି କିନ୍ତୁ ସେ ଗଛ ଉପରେ ଚଢିକି ଅଛନ୍ତି । ପୂର୍ବ ଟିକାକରଣ ଯୋଜନାରେ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକାଦେବା ପାଇଁ ଏବେ ପୁଡୁଚେରୀର ପ୍ରାଥମିକ ସ୍ଵାସ୍ଥ୍ୟ ଅଧିକାରୀମାନେ ଘରକୁ ଘର ଯାଇ ଟିକା ଦେଉଛନ୍ତି ।
ଏହା ଜଣା ପଡିଛି ଯେ ମୁଥୁଭେଲ ବାରମ୍ବାର ଟିକା ନେଉ ନଥିଲେ । ଏହି ଥର ସେ ଗଛ ଉପରକୁ ଚଢିଯାଇଥିଲେ ଓ ସ୍ଵାସ୍ଥ୍ୟକର୍ମୀମାନେ ଯିବାପରେ ହିଁ ଗଛରୁ ଓହ୍ଲାଇଥିଲେ । ମୁଥୁଭେଲଙ୍କୁ କୁହାଯାଇଥିଲା ଯେ ଟିକା ନେବାପରେ ସେ ମଦ ପିଇ ପାରିବେ ନାହିଁ । ତେଣୁ ଟିକା ନେବାପରେ ଆଉ ମଦ ପିଇ ପାରିବେ ନାହିଁ ବୋଲି ସେ ଆଉ ଟିକା ନେଉନାହାନ୍ତି ।