ପୁଲ୍‌ୱାମା ଆକ୍ରମଣ ପ୍ରଭାବ, ମହାରାଷ୍ଟ୍ରରେ କଶ୍ମୀରୀ ଛାତ୍ରଙ୍କୁ ଆକ୍ରମଣ

ମୁମ୍ବାଇ: ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ କଶ୍ମୀରୀ ଛାତ୍ରଙ୍କ ଉପରେ ଆକ୍ରମଣ ହେଉଛି। ଗତରାତିରେ ମହାରାଷ୍ଟ୍ରର ୟବତମାଲର ଏକ କଲେଜରେ କଶ୍ମୀରୀ ଛାତ୍ରଙ୍କ ଉପରେ ଶିବସେନାର ଯୁବ ସଂଗଠନ ‘ଯୁବ ସେନା’ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣର ଏକ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ କଶ୍ମୀରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ୟବତମାଲ ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗତରାତି ୧୦ଟା ବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲରେ ପଶି ଯୁବ ସେନା ସଦସ୍ୟମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ୟବତବାଲ ଏସ୍‌ପି ଏମ୍‌. ରାଜକୁମାର କହିଛନ୍ତି ଯେ ଲୋହରା ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି ଏବଂ ୧୪ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଜଣେ ଛାତ୍ର କହିଛନ୍ତି ଯେ କିଛି ଲୋକ ବଳପୂର୍ବକ ସେମାନଙ୍କ ରୁମ୍‌ରେ ପଶି ବନ୍ଦେ ମାତରମ୍‌ କହିବାକୁ ବାଧ୍ୟ କରିଥିଲେ ଏବଂ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର