ପୁଲଵାମା ଆକ୍ରମଣ : ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ : ଗତ ୧୪ ତାରିଖ ପୁଲଵାମା ଆକ୍ରମଣରେ ଜୈସ୍-ଏ-ମହମ୍ମଦର ସମ୍ପୂର୍ଣ୍ଣ ସଂପୃକ୍ତି ରହିଛି। ଆଜି ଭାରତ ପକ୍ଷରୁ ଏ ସଂକ୍ରାନ୍ତ ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ପାକିସ୍ତାନକୁ ଯୋଗାଇ ଦିଆଯାଇଛି। ଏପରିକି ପାକିସ୍ତାନର କେଉଁଠି କେଉଁଠି ଜୈସର ତାଲିମ ଶିବିର ଏବଂ ଏହାର ପ୍ରମୁଖ ସଂଚାଳକମାନେ ରହିଛନ୍ତି ସେ ସମ୍ପର୍କିତ ସବିଶେଷ ତଥ୍ୟ ମଧ୍ୟ ଏହି ଦସ୍ତାବିଜ୍ ମଧ୍ୟରେ ରହିଛି। ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପାକିସ୍ତାନର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ସୟଦ ହାଇଦର ଶାହାଙ୍କୁ ଦିଆଯାଇଛି। ଭାରତ ଯୁକ୍ତିଯୁକ୍ତ ପ୍ରମାଣ ଦେଲେ ପୁଲଵାମା ଆକ୍ରମଣ ପାଇଁ ଦାୟୀ ସଂଗଠନ ଓ ଆତଙ୍କବାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍୍ରାନ ଖାଁ କହି ଆସୁଥିବା ବେଳେ ଆଜି ଭାରତ ପ୍ରଦତ୍ତ ପ୍ରମାଣସିଦ୍ଧ ଦସ୍ତାବିଜ୍ ପାଇଲା ପରେ ପାକିସ୍ତାନ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର