ପୁଲ୍‌ୱାମା ଆକ୍ରମଣ ମାମଲା: ବାପା-ଝିଅଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ ଏବଂ ଅନ୍ୟ କେତେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ବାପା-ଝିଅଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଜି ଗିରଫ କରିଛି। ଏହି ବାପା-ଝିଅ ଦୁହେଁ ପୁଲ୍‌ୱାମା ବାସିନ୍ଦା ଏବଂ ଗତବର୍ଷ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିଲେ। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣରେ ଜଡ଼ିତ ଥିବା ଅଭିଯୋଗରେ ଆଜି ଏନ୍‌ଆଇଏ ତାରିକ ଅହମ୍ମଦ ଶାହ ଏବଂ ତାଙ୍କ ଝିଅ ଇନ୍‌ସା‌ ଜାନ୍‌ଙ୍କୁ ପୁଲ୍‌ୱାମା ଜିଲ୍ଲାର ହାକ୍ରିପୋରାରୁ ଗିରଫ କରିଛି। ତାରିକ୍‌ ଜଣେ ଟ୍ରକ୍ ଡ୍ରାଇଭର ଥିଲା। ସେ ଏବଂ ତା’ର ଝିଅ ଇନ୍‌ସା ଜାନୁ ମଧ୍ୟ ଜୈସେ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଏନ୍‌ଆଇଏ କହିଛି।

ସମ୍ବନ୍ଧିତ ଖବର