ନୂଆଦିଲ୍ଲୀ : ଗତ ଫେବ୍ରୁଆରି ୧୪ରେ ହୋଇଥିବା ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଗୁଇନ୍ଦା ବିଫଳତା ଯୋଗୁଁ ହୋଇଥିଲା କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଆଜି ଲୋକସଭାରେ କହିଛନ୍ତି ଯେ ପୁଲୱାମା ଆକ୍ରମଣକୁ ନେଇ କୌଣସି ଗୁଇନ୍ଦା ବିଫଳତା ନଥିଲା। ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକ ସମନ୍ବୟ ରକ୍ଷା କରି କାମ କରିଥିଲେ ଏବଂ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏ ବାବଦରେ କେତେକ ସୁରାକ୍ ମିଳିଥିଲା। ତେବେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟ ପାଲ୍ ମଲିକ ସ୍ବୀକାର କରିଥିଲେ ଯେ ଗୁଇନ୍ଦା ବିଫଳତା ଯୋଗୁଁ ଏତେବଡ଼ ଆକ୍ରମଣକୁ ଏଡ଼ାଇ ହେଲା ନାହିଁ। କିନ୍ତୁ ସରକାର ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ଏହି ମନ୍ତବ୍ୟକୁ ଗ୍ରହଣ କରିନାହାନ୍ତି।
ପୁଲୱାମା ଆକ୍ରମଣକୁ ନେଇ ଗୁଇନ୍ଦା ବିଫଳତା ନଥିଲା
/sambad/media/post_attachments/wp-content/uploads/2019/06/pulwama-attack.jpg)
/sambad/media/agency_attachments/2024-07-24t043029592z-sambad-original.webp)