ପୁଲୱାମା ଆକ୍ରମଣ ସ୍ଥାନୀୟ ଆତଙ୍କବାଦୀଙ୍କ କାଣ୍ଡ: ଇମ୍ରାନ୍‌

ନୂଆଦିଲ୍ଲୀ: ପୁଲୱାମାରେ ସିଆରପିଏଫ୍‌ ଉପରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସ୍ଥାନୀୟ (କଶ୍ମୀରୀ) ଆତଙ୍କବାଦୀ ସାମିଲ ଥିଲେ ଏବଂ ଏଥିରେ ପାକିସ୍ତାନର କିଛି ସମ୍ପୃକ୍ତି ନାହିଁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି। ଆକ୍ରମଣ ପାଇଁ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ନିଜକୁ ଦାୟୀ କରିଥିଲେ ମଧ୍ୟ ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ଏକ ସ୍ଥାନୀୟ କାଣ୍ଡ ବୋଲି ଇମ୍ରାନ୍‌ କହିଛନ୍ତି। ଜେଇଏମ୍‌ ଏଥିପାଇଁ ନିଜକୁ ଦାୟୀ କରିଥିଲେ ମଧ୍ୟ ଏହା କେବଳ ପାକିସ୍ତାନରେ ନାହିଁ, ଜମ୍ମୁ କଶ୍ମୀରରେ ମଧ୍ୟ ଜେଇଏମ୍‌ ସକ୍ରିୟ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର