ପାଣି ବନ୍ଦ ପରେ ଆଉ ଏକ ନିଷ୍ପତ୍ତି ନେଲେ ଭାରତ ସରକାର, ଅଟାରୀ-ଓ୍ଵାଘା ସୀମା ଦେଇ ଆମଦାନୀ ବନ୍ଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଘଟାଇଥିବା ଆତ୍ମଘାତୀ ଆକ୍ରମଣକୁ ପ୍ରାୟ ୧ ସପ୍ତାହ ହୋଇଗଲାଣି। ଇତିମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବେଶ୍‌ ବଢ଼ିଯାଇଛି। ପାକିସ୍ତାନକୁ ଉପଯୁକ୍ତ ଜବାବ ଦେବା ପାଇଁ ଭାରତ ଗୋଟିଏ ପରେ ଗୋଟିଏ ଉପାୟ ଅବଲମ୍ବନ କରିଚାଲିଛି। ପୂର୍ବରୁ ପାକିସ୍ତାନକୁ ଭାରତର ଟମାଟର୍‌ ଚାଷୀମାନେ ଟମାଟର୍‌ ବିକିବା ବନ୍ଦ କରି ସାରିଛନ୍ତି। ଫଳ ଉପରେ ଆବଶ୍ୟକତାଠାରୁ ବେଶି ପରିମାଣର କର ଲାଗିବା ପାକ୍‌କୁ ମହଙ୍ଗା ପଡ଼ିଛି। ଭାରତ ପକ୍ଷରୁ ବିଭିନ୍ନ ନଦୀର ପାଣି ଛଡ଼ାଯିବ ଉପରେ  କଟକଣା ଜାରି ହେବା ନେଇ ମଧ୍ୟ ଘୋଷଣା ହୋଇ ସାରିଲାଣି।

ଏତେ ସବୁ ପରେ ଏବେ ଭାରତ ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବାର ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ପାକିସ୍ତାନକୁ ପୂର୍ବଞ୍ଚଳ ନଦୀ ଜଳ ବନ୍ଦ କରିବା ଘୋଷଣା କରିବାର ପରଦିନ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବା ନିଷ୍ପତ୍ତି ଉପରେ ବ୍ୟବସାୟୀ ରାଜଦୀପ ଉପଲ ନିଜର ମତ ରଖି କହିଛନ୍ତି, ‘ବ୍ୟବସାୟୀ ସଂଗଠନ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। କିନ୍ତୁ ଏବେ ବି କଶ୍ମୀରରେ ରାସ୍ତା ଦେଇ ବ୍ୟବସାୟ ଚାଲୁ ରହିଛି। ଏହା ଭାରତ ସରକାରଙ୍କ ଜାରି ଆମଦାନି ବନ୍ଦ ପଦକ୍ଷେପକୁ ପ୍ରଭାବହୀନ କରୁଛି। 

ସମ୍ବନ୍ଧିତ ଖବର