ପୁଲ୍‌ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଗୁଳିରେ ଜୈସ୍‌ର ଶୀର୍ଷ କମାଣ୍ଡର ତଥା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଫୟାଜ ପାନ୍‌ଜୋ ନିପାତ ହୋଇଛି। ଦକ୍ଷିଣ କଶ୍ମୀରରେ ସେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟାଇଥିଲା। ଅନନ୍ତନାଗରେ ଗତ ଜୁନ୍‌ ୧୨ ତାରିଖରେ ସିଆରପିଏଫ୍‌ ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇ ଯାଇଥିଲେ। ଫୟାଜ୍‌ ଏହି ଆକ୍ରମଣ‌ରେ ସାମିଲ ଥିଲା। ଫୟାଜର ନିପାତ ସହ ଜୈସ୍‌ର ସମସ୍ତ କମାଣ୍ଡର ଦକ୍ଷିଣ କଶ୍ମୀରରୁ ମୂଳପୋଛ ହୋଇଛନ୍ତି। ଗତ ସପ୍ତାହରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଅନ୍ୟ ଜଣେ ପାକିସ୍ତାନୀ ଜୈସ୍‌ କମାଣ୍ଡର ନିପାତ ହୋଇଥିଲା। ତାକୁ ମୁନ୍ନା ଲାହୋରି ଓରଫ୍‌ ବିହାରି ବୋଲି ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧିତ ଖବର